ଧଉଳି : ଗତକାଲି ଉତ୍ତରା ଫାଣ୍ଡି ପୁଲିସ ଦ୍ବାରା ଗିରଫ ହୋଇ ବିଚାର ବିଭାଗୀୟ ହାଜତକୁ ଯାଇଥିବା ୪କୁଖ୍ୟାତ ଡକାୟତଙ୍କୁ ରିମାଣ୍ଡରେ ଆଣିବା ପାଇଁ ସ୍ଥିର କରାଯାଇଛି। ଜାତୀୟ ରାଜପଥରେ ଆତଙ୍କ ଖେଳାଇଥିବା ଏହି ଡକାୟତ ଗ୍ୟାଙ୍ଗ୍ ନାଁରେ ପୁରୀ ଜିଲ୍ଲାର ବିଭିନ୍ନ ଥାନାରେ ଚୋରି ଓ ଛିନ୍ତାଇ ମାମଲା ରହିଛି। ତେଣୁ ଅଧିକ ଖୋଳତାଡ଼ ପାଇଁ ସେମାନଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ସୂଚନା ମିଳିଛି। ଗିରଫ ଅଭିଯୁକ୍ତମାନେ ହେଲେ ପିପିଲି ଥାନା ହରିଅନ୍ତା ଗାଁର ରାକେଶ ସ୍ବାଇଁ ଓରଫ୍ ପପୁନି, କୃଷ୍ଣପୁର ଗାଁର ପ୍ରଦୀପ ବେହେରା ଓରଫ୍ ସିପୁ, ଆଶୁତୋଷ ନାୟକ ଓ ବ୍ରହ୍ମଗିରି ସାହସପୁର ମନୋଜ ନାୟକ। ଏହି ଗ୍ୟାଙ୍ଗ୍ର ଅନ୍ୟ କିଛି ସଦସ୍ୟ ଏବେ ବି ଫେରାର୍ ଅଛନ୍ତି ଓ ପୁଲିସ ସେମାନଙ୍କୁ ଗିରଫ କରିବା ପାଇଁ ଚଢ଼ଉ ଜାରି ରଖିଛି।
ରିମାଣ୍ଡରେ ଆସିବେ ୪ କୁଖ୍ୟାତ ଡକାୟତ
/sambad/media/post_attachments/wp-content/uploads/2020/09/lootera-arrested.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)