ଭୁବନେଶ୍ବର : ରେଳବାଇର ଆଉ ୪ କର୍ମଚାରୀ ପଜିଟିଭ୍

ଭୁବନେଶ୍ବର : ରାଜଧାନୀରେ ଦ୍ରୁତ ଗତିରେ ମାଡ଼ି ଚାଲିଛି କରୋନା। ଗତ ୨୪ଘଣ୍ଟାରେ ରାଜଧାନୀରେ ୭ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତହିଁରୁ ୪ଜଣ ପୂର୍ବତଟ ରେଳବାଇ ଓ ୩ଜଣ ସ୍ଥାନୀୟ ସଂକ୍ରମିତ। ବିଏମ୍‌ସି ପକ୍ଷରୁ ଜାରି ଟ୍ବିଟ୍‌ରେ କୁହାଯାଇଛି ଯେ ଘରେ ସଙ୍ଗରୋଧରେ ଥିବା ୪ଜଣ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନେ କିଛି ଦିନ ପୂର୍ବରୁ ଦିଲ୍ଲୀ ଗସ୍ତ କରିଥିଲେ। ଏହାକୁ ମିଶାଇ ପୂର୍ବତନ ରେଳବାଇର ସମୁଦାୟ ୨୩ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇସାରିଲେଣି।

ସେହିପରି ରାଜଧାନୀର ଏକ ଘରୋଇ ହସ୍ପିଟାଲର ୩୧ବର୍ଷର ଯୁବତୀ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାବାଦ୍‌ ଡୁମୁଡୁମା ହାଉସିଂବୋର୍ଡ କଲୋନିର ୪୫ବର୍ଷର ମହିଳା ଓ ୧୦ବର୍ଷର ବାଳକ ରହିଛନ୍ତି। ପୂର୍ବରୁ ଗଞ୍ଜାମ ଗସ୍ତ କରିଥିବା ଜଣେ ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ତାଙ୍କ ସଂସ୍ପର୍ଶରେ ଆସି ଦୁହେଁ ସଂକ୍ରମିତ ହୋଇଥିବା କୁହାଯାଇଛି। ସମସ୍ତଙ୍କୁ ରାଜଧାନୀରେ ଥିବା କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଫଳରେ ରାଜଧାନୀରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୫ରେ ପହଞ୍ଚିଛି। ତହିଁରୁ ୮୩ ସୁସ୍ଥ ହୋଇ ସାରିଛନ୍ତି।

ସମ୍ବନ୍ଧିତ ଖବର