ଭୁବନେଶ୍ୱର : ସୁସ୍ଥ ହେଲେ ୪ବର୍ଷର ଶିଶୁ

ଭୁବନେଶ୍ବର : ଆଜି ରାଜଧାନୀରେ ୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିରେ କ୍ରିଷ୍ଣାବିହାରର ୪ ବର୍ଷର ଜଣେ ଶିଶୁ ଅଛନ୍ତି। କିଛି ଦିନ ହେଲା, ରାଜଧାନୀରେ ଲଗାତାର କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଆଜି ମାତ୍ର ଜଣେ ଚିହ୍ନଟ ହୋଇଛନ୍ତି।

ବିଏମ୍‌ସିର ସୂଚନା ଅନୁଯାୟୀ, ନୀଳାଦ୍ରିବିହାର ଅଞ୍ଚଳର ଜଣେ ୭୩ ବର୍ଷୀୟ ବୃଦ୍ଧ କରୋନା ଆକ୍ରାନ୍ତ ହୋଇଛନ୍ତି। ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଜଣେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଛନ୍ତି। ଫଳରେ ଏବେ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮୫ ଛୁଇଁଛି। ଆଜି ସୁଦ୍ଧା ୯୩ଜଣ ସୁସ୍ଥ ହୋଇଥିବା ବେଳେ ୮୮ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ୩ଜଣଙ୍କର ମୃତ୍ୟୁ ହୋଇଛି। ଅପରପକ୍ଷେ କ୍ରିଷ୍ଣାବିହାରର ୪ବର୍ଷର ଶିଶୁଙ୍କ ସମେତ ନିଉ ଫରେଷ୍ଟ ପାର୍କର ୨୯ବର୍ଷୀୟ ବ୍ୟକ୍ତି, ୟୁନିଟ-୫ର (୧୨୦ ବାଟାଲିଅନ ନିକଟ) ୪୭ବର୍ଷୀୟ ବ୍ୟକ୍ତି, ସୁବାସ ନଗର ବସ୍ତିର ୨୯ବର୍ଷୀୟ ଜଣେ ବ୍ୟକ୍ତି, ପାତ୍ରପଡ଼ାର ୩୧ ଓ ୩୦ବର୍ଷୀୟ ଦୁଇ ଜଣ ମହିଳା, ଏମ୍‌ସର ଜଣେ ୨୫ବର୍ଷୀୟ ଡାକ୍ତରୀ ଛାତ୍ରୀ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର