ଅନୁଗୁଳର ୪ ଜଣ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ପ୍ଲାଜ୍‌ମା ଦାନ କଲେ

ଭୁବନେଶ୍ବର : ଅନୁଗୁଳ ଜିଲ୍ଲାରେ କରୋନାରୁ ସୁସ୍ଥ ହୋଇଥିବା ଚାରି ଜଣ ବ୍ୟକ୍ତି ଗତକାଲି କ୍ୟାପିଟାଲ୍‌ ହସ୍ପିଟାଲ୍‌ ପ୍ଲାଜ୍‌ମା ବ୍ୟାଙ୍କରେ ପ୍ଲାଜ୍‌ମା ଦାନ କରିଛନ୍ତି। ଅନୁଗୁଳ ଜିଲ୍ଲାର ପ୍ଲାଜ୍‌ମା ସଂଗ୍ରହ ଦାୟିତ୍ବରେ ଥିବା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ତତ୍ତ୍ବାବଧାନରେ ଏହି ବ୍ୟକ୍ତିମାନେ ପ୍ଲାଜ୍‌ମା ବ୍ୟାଙ୍କରେ ପହଞ୍ଚି ପ୍ଲାଜ୍‌ମା ଦାନ କରିଥିଲେ। ଶ୍ରୀ ପଣ୍ଡା ସେଠାରେ ଉପସ୍ଥିତ ରହି ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କ୍ୟାପିଟାଲ୍‌ ହସ୍ପିଟାଲ୍‌ର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ଓ ରକ୍ତଭଣ୍ଡାରର ଦେବାଶିଷ ମିଶ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର