ପେଟ୍ରୋଲ ଅପମିଶ୍ରଣ ଅଭିଯୋଗକୁ ଖଣ୍ଡନ, ‘ବଦ୍‌ନାମ କରିବାକୁ ଚକ୍ରାନ୍ତ’

ଭୁବନେଶ୍ୱର : ରାଜଭବନ ନିକଟରେ ଥିବା ପେଟ୍ରୋଲ ଟାଙ୍କିରେ ପେଟ୍ରୋଲ ଅପମିଶ୍ରଣ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଟାଙ୍କି କର୍ତ୍ତୃପକ୍ଷ। ଟାଙ୍କିକୁ ବଦନାମ କରିବା ପାଇଁ ଏଭଳି ଉଦ୍ୟମ ହୋଇଛି ବୋଲି ଟାଙ୍କି କର୍ତ୍ତୃପକ୍ଷ କହିଛନ୍ତି। ଯେତେବେଳେ ସୌମ୍ୟରଞ୍ଜନ ତେଲ ପକାଇଥିଲେ ସେହି ସମୟରେ ପାଖାପାଖି ୭ଶହ ଜଣ ଉକ୍ତ ଟାଙ୍କିରେ ତେଲ ପକାଇଥିଲେ। କିନ୍ତୁ କାହାର ଅଭିଯୋଗ ଆସିଲା ନାହିଁ କେବଳ ସୌମ୍ୟରଞ୍ଜନ ଅଭିଯୋଗ କଲେ କାହିଁକି ବୋଲି ଟାଙ୍କି କର୍ତ୍ତୃପକ୍ଷ କହିଛନ୍ତି। ଟାଙ୍କି ପରିଚାଳକ ଯୋଗେଶ ଦଳେଇ କହିଛନ୍ତି, ଟାଙ୍କିକୁ ବଦନାମ କରିବା ପାଇଁ ଚକ୍ରାନ୍ତ ହୋଇଛି। ଦୈନିକ ପାଖାପଖି ୧୭ହଜାର ଲିଟର ତେଲ ଏଠାରେ ବିକ୍ରି ହୁଏ। ଟାଙ୍କିରୁ ଜଣକୁ ଗୋଟିଏ ପ୍ରକାରର ତେଲ, ଆଉ ଅନ୍ୟମାନଙ୍କୁ ଆଉ ଏକ ପ୍ରକାରର ତେଲ ଦେବା ଅସମ୍ଭବ। ତେଣୁ ତାଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଉଦ୍ଦେଶ୍ୟମୂଳକ ବୋଲି ଶ୍ରୀ ଦଳେଇ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଚନ୍ଦ୍ରଶେଖରପୁରର ସୌମ୍ୟରଞ୍ଜନ ପାତ୍ର ଗତକାଲି ଅଭିଯୋଗ କରିଥିଲେ ଯେ ଏହି ଟାଙ୍କିରେ ପେଟ୍ରୋଲରେ ଅପମିଶ୍ରଣ କରାଯାଉଛି। ଏହାକୁ ନେଇ ଟାଙ୍କିରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। କ୍ୟାପିଟାଲ ଥାନା ପୁଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା।

ସମ୍ବନ୍ଧିତ ଖବର