ଜଟଣୀ ଫ୍ଲାଏଓଭର୍‌ ନିର୍ମାଣରେ ଅନିୟମିତତା ଅଭିଯୋଗ, ଏତଲା ରୁଜୁ ପାଇଁ ଭିଜିଲାନ୍ସକୁ ନିର୍ଦ୍ଦେଶ

କଟକ: ଜଟଣୀରେ ଫ୍ଲାଏଓଭର୍‌ ନିର୍ମାଣ କାର୍ଯ୍ୟ ନିମ୍ନମାନର ଦର୍ଶାଇ ରୁଜୁ ମାମଲାର ହାଇକୋର୍ଟ ଶୁଣାଣି କରି ଏତଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ଅଭିଯୋଗକୁ ଏତଲା ଭାବେ ଗ୍ରହଣ କରି ପଦକ୍ଷେପ ଗ୍ରହଣ ପାଇଁ ଭିଜିଲାନ୍ସକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଡକ୍ଟର ଜଷ୍ଟିସ ବି.ଆର.ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ସୁଦର୍ଶନ ସୁନ୍ଦରାୟ ଓ ପ୍ରଦୀପ୍ତ ବଳିୟାରସି˚ଙ୍କ ପକ୍ଷରୁ ଦାୟର ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନି‌ର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଜଟଣୀରେ କୁଦିଆରି ନିକଟରେ ଫ୍ଲାଏଓଭର୍‌ ନିର୍ମାଣରେ ନିମ୍ନମାନର କାର୍ଯ୍ୟ ହେଉଥିବା ନେଇ ଅଭିଯୋଗ ହୋଇଥିଲା। ପ୍ରତିଟି ପାଇଲି˚ରେ ୫୫ ଫୁଟ ଗଭୀରରୁ ଉନ୍ନତମାନର ଆଣ୍ଟିରଷ୍ଟ ଲୁହା ରଡ୍‌ ଦ୍ବାରା ଏହା ନିର୍ମାଣ ହେବା କଥା। କିନ୍ତୁ ୨୦ ଫୁଟ ଗଭୀରରୁ ନିମ୍ନମାନର ଲୁହାରଡ଼ ଦିଆଯାଇ ଏହି ପାଇଲି˚ କାର୍ଯ୍ୟ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଏହା ପରେ ଆର‌୍‌ ଆଣ୍ଡ ବି ନିର୍ବାହୀ ଯନ୍ତ୍ରୀ ଓ ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। କିନ୍ତୁ କିଛି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା। ନିମ୍ନମାନର କାର୍ଯ୍ୟ ସ˚କ୍ରାନ୍ତରେ ଭିଜିଲାନ୍ସ ନିକଟରେ ଅଭିଯେ।ଗ କରାଯାଇଥିଲା। ଏହି ଅଭିଯୋଗ ଉପରେ ଭିଜିଲାନ୍ସ ପକ୍ଷରୁ ତଦନ୍ତ କରାଯାଇଥିଲେ ମଧୢ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ନିର୍ମାଣକାରୀ ଠିକା ସ˚ସ୍ଥା ମନଇଚ୍ଛା କାର୍ଯ୍ୟ କରୁଛି ଓ ଏଥିରେ ବ୍ୟାପକ ଅନିୟମିତତା କରାଯାଉଥିବା ନେଇ ଆବେଦନକାରୀ ଅଭିଯୋଗ କରିଥିଲେ। ପରବର୍ତ୍ତୀ ସମୟରେ ଏହି ପ୍ରସ˚ଗରେ ଭିଜିଲାନ୍ସ ବିଭାଗର ନିଷ୍କ୍ରିୟତାକୁ ଚାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲାରେ ଭିଜିଲାନ୍ସ ନିର୍ଦ୍ଦେଶକ ଓ ଭୁବନେଶ୍ବର ଏସପିଙ୍କୁ ପକ୍ଷଭୁକ୍ତ କରାଯାଇଥିଲା।

ସମ୍ବନ୍ଧିତ ଖବର