ଖଣ୍ଡଗିରି: ଛାତ ଉପରେ ସୋଲାର୍ ପ୍ୟାନେଲ୍ ଲଗାଇବା ଆଳରେ ସାଢ଼େ ୪ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଭରତପୁର ଥାନା ପୁଲିସ ଅଭିଯୁକ୍ତ ବରମୁଣ୍ଡା ଅଞ୍ଚଳର ଜ୍ୟୋତିରଂଜନ ପାଇକରାୟ(୪୮)କୁ ଗିରଫ କରିଛି। ଗତକାଲି ବରମୁଣ୍ଡା ବସ୍ଷ୍ଟାଣ୍ଡ ନିକଟରୁ ଜ୍ୟୋତି ଫେରାର ହୋଇଯିବାକୁ ବସିଥିବା ବେଳେ ଭରତପୁର ପୁଲିସ ତାକୁ ଗିରଫ କରିଥିଲା। ଅଭିଯୋଗକାରୀ ଅମରେଶ ପଣ୍ଡାଙ୍କ ଅଭିଯୋଗ ମୁତାବକ, ଜ୍ୟୋତିଙ୍କ ସହ ତାଙ୍କର ଗତ ବର୍ଷ ପରିଚୟ ହୋଇଥିଲା।
ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ଛାତ ଉପରେ ସୋଲାର୍ ପ୍ୟାନେଲ୍ ଲଗାଇବା ପାଇଁ ଉଭୟ ଏକ ଫ୍ରାଞ୍ଚାଇଜ୍ ଚୁକ୍ତି କରିଥିଲେ। ଜ୍ୟୋତି ନିଜକୁ ଏହି ଯୋଜନା ଅଧୀନରେ ଜଣେ ବିକ୍ରେତାର ପରିଚୟ ଦେଇ ଯାଜପୁର ଜିଲ୍ଲାରେ କାମ ଆରମ୍ଭ କରିବାକୁ ୫ଲକ୍ଷ ଟଙ୍କା ମାଗିଥିଲା। ଅମରେଶ ତାକୁ ବିଶ୍ବାସ କରି ସାଢ଼େ ୪ଲକ୍ଷ ଟଙ୍କା ଦେଇଥିଲେ। ଏଥିସହ ସୋଲାର୍ ପ୍ୟାନେଲ୍ ଲଗାଇବା ପାଇଁ ଅଫିସ୍ ଓ ଷ୍ଟୋରେଜ୍ରେ ବ୍ୟବସ୍ଥା କରିଥିଲେ। ୮ ଦିନ ମଧ୍ୟରେ ୨୫ ଲକ୍ଷ ଟଙ୍କାର ସାମଗ୍ରୀ ଯୋଗାଇ ଦେବ ବୋଲି ଜ୍ୟୋତି କହିଥିଲା। ମାତ୍ର ମାସ ପରେ ମାସ ବିତି ଚାଲିଥିଲେ ମଧ୍ୟ ଜ୍ୟୋତି ଧରାଛୁଆଁ ଦେଇନଥିଲା। ଏନେଇ ଅମରେଶ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତାକୁ ଗିରଫ କରି କୋର୍ଟଚାଲାଣ କରିଛି। ଜ୍ୟୋତି ପାଖରୁ ବ୍ୟାଙ୍କ ଚାଲାଣ ରସିଦ୍ ଓ ଫ୍ରାଞ୍ଚାଇଜ୍ ଚୁକ୍ତିପତ୍ର ଜବତ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/07/28/ssffxccc-2025-07-28-03-19-32.jpg)