ଚାକିରି ନାଁରେ କୋଟି କୋଟି ଟଙ୍କା ଠକେଇ ମାମଲା: କୋଲକାତାରେ ମୋଦି ବାପ-ପୁଅ!

ଫୋନରେ ଧମକ ଦେଉଛନ୍ତି, ପୁଲିସ ପାଉନି

ଭୁବନେଶ୍ବର: ଚାକିରି ନାଁରେ କୋଟି କୋଟି ଟଙ୍କା ଠକେଇ କରିଥିବା ମୋଦି ବାପ-ପୁଅ ଏବେ କେଉଁଠି? କ୍ୟାପିଟାଲ ଥାନାରେ ଅଭିଯୋଗ ହେବା ପରେ ଅଭିଯୁକ୍ତ ବାପା ବୁଲୁ ମୋଦି ଓରଫ୍ ଅମୂଲ୍ୟ ଏବଂ ତାଙ୍କ ପୁଅ ହ୍ରିତକ୍ କେଉଁଆଡ଼େ ଫେରାର ହୋଇ ଯାଇଛନ୍ତି। କିନ୍ତୁ ଥାନାରେ ଅଭିଯୋଗ ହେବା ପରେ ଅଭିଯୋଗକାରୀଙ୍କୁ ଗତକାଲି ଧମକଚମକ ଦେଇଛନ୍ତି। ରେଲୱେ ଓ ଲୋକସେବା ଭବନରେ ସରକାରୀ ଚାକିରି ପାଇଁ ମୟୂରଭଞ୍ଜ ଜିଲ୍ଲାର ଶତାଧିକ ଆଦିବାସୀ ଯୁବକଯୁବତୀଙ୍କ ଠାରୁ କୋଟି କୋଟି ଟଙ୍କା ଠକିଥିବା ବାପ-ପୁଅଙ୍କ ପତ୍ତା ପାଉନି ପୁଲିସ। ଏହି ବଡ଼ଧରଣର ଠକେଇ ଘଟଣା ଏବେ ମୟୂରଭଞ୍ଜ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଯେଉଁ ଦିନ ବୁଲୁ ଓ ତାଙ୍କ ପୁଅ ହ୍ରିତିକଙ୍କ ବିରୋଧରେ ଅଭିଯୋଗ ହେଲା ସେହିଦିନ ସେମାନେ କୋଲକାତା ପଳାଇଛନ୍ତି। ସେଠାରେ ପୂର୍ବରୁ ସେମାନଙ୍କର ବ୍ୟବସାୟ ରହିଥିବା କୁହାଯାଉଛି। ଠକେଇ ଅର୍ଥରେ ସେମାନେ ବ୍ୟବସାୟ କରୁଛନ୍ତି। ପୁଲିସ ଜାଲରୁ ବର୍ତ୍ତିବା ପାଇଁ କୋଲକାତା ଯାଇ ସେଠାରେ ଆତ୍ମଗୋପନ କରିଛନ୍ତି। ପୁଲିସ ହାତରେ ଧରା ପଡ଼ିବେ ନା ଫେରାର ହୋଇଯିବେ ତାକୁ ନେଇ ପ୍ରଶ୍ନ ଉଠିଛି। ସୂଚନାଯୋଗ୍ୟ, ସରକାରୀ ଚାକିରି ନାଁରେ ଜଣ ପିଛା ଲକ୍ଷାଧିକ ଟଙ୍କା ଆଦାୟ କରିଛନ୍ତି ବାପା-ପୁଅ। ମୟୂରଭଞ୍ଜ ଜିଲ୍ଲାରେ କୋଟି କୋଟି ଟଙ୍କା ଠକେଇ କରିଛନ୍ତି। ଗତ ଶୁକ୍ରବାର ଏ ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର