ପୋଷ୍ଟାଲ ଚାକିରି ନାଁରେ ଭାଇ, ଭଉଣୀଙ୍କୁ ୧୦ ଲକ୍ଷ ଟଙ୍କାର ଚୂନ: କେତେ ଠକିଛି ଦେବୀ ପ୍ରସାଦ?

ଲମ୍ବି ଚାଲିଛି ଅଭିଯୋଗ ତାଲିକା

ଭୁବନେଶ୍ବର: ପୋଷ୍ଟାଲରେ ଚାକିରି ନାଁରେ କେତେ ଲୁଟିଛି ଦେବୀପ୍ରସାଦ? ରାଜଧାନୀରୁ କେତେ ଟଙ୍କା ଠକେଇ କରିଛି? ପୁଲିସର ତଦନ୍ତ ଜାରି ରହିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଦେବୀପ୍ରସାଦ ବିଶ୍ବାଳ ନାଁରେ ଠକେଇ ଅଭିଯୋଗ ଲମ୍ବିବାରେ ଲାଗିଛି। ପୋଷ୍ଟାଲ ଚାକିରି ନାଁରେ ଇନ୍‌ଫୋସିଟି ଅଞ୍ଚଳର ଭାଇ, ଭଉଣୀଙ୍କଠାରୁ ୧୦ଲକ୍ଷ ଟଙ୍କା ଠକେଇ କରିଥିବା ଥାନାରେ ଅଭିଯୋଗ ହୋଇଛି। ଏ ନେଇ ଇନ୍‌ଫୋସିଟି ଥାନା ପୁଲିସ ମାମଲା ରୁଜୁ କରିଛି।

ସୂଚନା ଅନୁସାରେ, ପଟ୍ଟାମୁଣ୍ଡାଇ ନୂଆପାଟଣା ଅଞ୍ଚଳର ଦେବାଶିଷ ଦାସ ପଟିଆ ଶିଶୁ ବିହାରରେ ରହୁଛନ୍ତି। ସେ ବିଭିନ୍ନ ସମୟରେ ପୋଷ୍ଟାଲରେ ଚାକିରି ପାଇଁ ଦେବୀପ୍ରସାଦଙ୍କୁ ୫ଲକ୍ଷ ଟଙ୍କା ଦେଇଥିଲେ। ସେହିପରି ତାଙ୍କ ଉଭଣୀଙ୍କ ଚାକିରି ପାଇଁ ମଧ୍ୟ ୫ଲକ୍ଷ ଟଙ୍କା ନେଇଥିଲା ଦେବୀପ୍ରସାଦ। କିନ୍ତୁ ଚାକିରି ଦେଇ ନଥିଲା କି ଟଙ୍କା ମଧ୍ୟ ଫେରସ୍ତ କରି ନ ଥିଲା। ଗିରଫ ହେବା ପରେ ତା’ ନାଁରେ ବିଭିନ୍ନ ଥାନାରେ ଗୋଟିଏ ପରେ ଗୋଟିଏ ଠକେଇ ଅଭିଯୋଗ ଆସୁଛି। ଏହି ହାଇପ୍ରୋଫାଇଲ୍‌ ଠକ ଭୁବନେଶ୍ବର, ଯାଜପୁର ସମେତ ବିଭିନ୍ନ ଅଞ୍ଚଳରୁ କୋଟିଏରୁ ଅଧିକ ଟଙ୍କା ଠକେଇ କରିଥିବା ଜଣାପଡ଼ିଛି। ପିଏମ୍‌ଜିରେ ଚାକିରି ନାଁରେ ଦୁଇ ଭାଇଙ୍କଠାରୁ ୨୫ ଲକ୍ଷ ଟଙ୍କା ଠକେଇ ମାମଲାରେ ଖାରବେଳନଗର ଥାନା ପୁଲିସ ଦେବୀପ୍ରସାଦ ଓ ତାର ସହଯୋଗୀକୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର