ଭୁବନେଶ୍ୱର: ବିନା ସୁଧରେ ଋଣ ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ କରିବା ଅଭିଯୋଗରେ ସହିଦନଗର ଥାନା ପୁଲିସ ଏକ ଠକ ସଂସ୍ଥାର ମ୍ୟାନେଜର୍ଙ୍କୁ ଗିରଫ କରିଛି। ସେ ହେଲା, ଦେବରାଜ ଷଡ଼ଙ୍ଗୀ ଓରଫ ଦେବ(୪୭)। ତେବେ ଏହି ସଂସ୍ଥାର ମୁଖ୍ୟ ତପନ ରାଉତରାୟ ଫେରାର୍ ହୋଇଯାଇଛନ୍ତି। ପୁଲିସ ସୂଚନା ମୁତାବକ, କିଛି ମାସ ତଳେ ତପନ ବାଣୀବିହାର ଛକଠାରେ ଥିବା ମେଟ୍ରୋ ଟାଓ୍ଵାରରେ ‘ଆଇଏସିବି’ ନାମକ ଏକ ଋଣ ପ୍ରଦାନକାରୀ ସଂସ୍ଥା ଖୋଲିଥିଲେ। ଯୁବକମାନଙ୍କୁ ବ୍ୟବସାୟ ପାଇଁ ବିନା ସୁଧରେ ୨୦ ହଜାରରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବାକୁ କହିଥିଲେ। ଯେଉଁମାନେ ଋଣ ପାଇଁ ଆବେଦନ କରିବେ, ସଂସ୍ଥା ସେମାନଙ୍କଠାରୁ ବାଧ୍ୟତାମୂଳକ ଭାବେ ପ୍ରୋସେସିଂ ଫି’ ବାବଦକୁ ଏକ ହଜାର ଟଙ୍କା ନେଉଥିଲା। କିନ୍ତୁ କେବଳ ଯୋଗ୍ୟ ଆବେଦନକାରୀଙ୍କୁ ଋଣ ମିଳିବ ବୋଲି କୁହାଯାଇଥିଲା। ଗତ ୫-୬ ମାସ ହେଲା ସଂସ୍ଥା ଏପରି ଭୁଆଁ ବୁଲାଇ ଲୋକଙ୍କଠାରୁ ସଂସ୍ଥା ଲକ୍ଷାଧିକ ଟଙ୍କା ଠକି ନେଇଥିବା ବେଳେ ଜଣେ ବି ଆବେଦନକାରୀଙ୍କୁ ଋଣ ପ୍ରଦାନ କରିନଥିଲା। ତେବେ ଲୋକଙ୍କୁ ଠକାଯାଉଥିବା ସଂପର୍କରେ ଜାଣି ପାରି ସଂସ୍ଥାଠାରୁ ପ୍ରାଞ୍ଚାଇଜ୍ ନେଇଥିବା ଯୁବକ ରାଜୀବ ରାୟ ଗତ ୧ ତାରିଖରେ ସହିଦନଗର ଥାନାରେ ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଥିଲା।
ବିନା ସୁଧରେ ଋଣ ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ: ମ୍ୟାନେଜର ଗିରଫ
/sambad/media/post_attachments/wp-content/uploads/2018/07/arrested-08-1499499014.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)