ଭୁବନେଶ୍ବର: ଚନ୍ଦକାସ୍ଥିତ ଅଁଳାପାଟଣାରେ ଫ୍ଲାଟ୍ ଦେବାକୁ କହି ଜଣେ ମହିଳାଙ୍କ ଠାରୁ ୧୦ଲକ୍ଷରୁ ଅଧିକ ଟଙ୍କା ଚଳୁ କରିଛି ଏକ ବିଲଡର୍ ସଂସ୍ଥା। ଏନେଇ ଜ୍ୟୋତ୍ସ୍ନାରାଣୀ ମହାପାତ୍ର ଆଜି ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି। ଜ୍ୟୋତ୍ସ୍ନାଙ୍କ କହିବାନୁଯାୟୀ ସେ କନ୍ଧମାଳରେ ରୁହନ୍ତି। ୨୦୧୭ ସେପ୍ଟେମ୍ବରରେ ମିଶ୍ର କ୍ରିଏସନ୍ ପ୍ରାଇଭେଟ୍ ଲିମିଟେଡ୍ ତାଙ୍କୁ ୨୦ ଲକ୍ଷ ଟଙ୍କାରେ ଚନ୍ଦକାସ୍ଥିତ ଅଁଳାପାଟଣାରେ ଫ୍ଲାଟ୍ ଦେବେ ବୋଲି କହି ୧୦ଲକ୍ଷ ୬୬ହଜାର ୫ଶହ ଟଙ୍କା ଅଗ୍ରୀମ ନେଇଥିଲେ। ଟଙ୍କା ନେବାର ୪ ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଉକ୍ତ ସଂସ୍ଥା ବା ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଜ୍ୟୋତିରଂଜନ ମିଶ୍ର ତାଙ୍କୁ ଚୁକ୍ତି ମୁତାବକ କୌଣସି କାଗଜପତ୍ର ବା ଫ୍ଲାଟ୍ ଦେଇନଥିଲେ। ଏପରିକି ତାଙ୍କୁ ଯୋଗାଯୋଗ କରାଗଲେ ମଧ୍ୟ ଫୋନ୍ ନମ୍ବର ବଦଳାଇଥିଲେ। ଶେଷରେ ଜ୍ୟୋତ୍ସ୍ନା ବାଧ୍ୟ ହୋଇ ଆଜି ଖଣ୍ଡଗିରି ଥାନାର ଆଶ୍ରୟ ନେଇଥିବା ଜଣାପଡ଼ିଛି। ପୁଲିସ୍ ମାମଲାର ତଦନ୍ତ ଜାରି ରଖିଛି।
ଫ୍ଲାଟ୍ ଦେବା ନାଁରେ ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ଠକେଇ
/sambad/media/post_attachments/wp-content/uploads/2020/01/fraud-navbharattimes.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)