ଭୁବନେଶ୍ବର: ପ୍ରତି ଏକ ଲକ୍ଷ ଟଙ୍କା ନିବେଶରେ ୩୦ ହଜାର ଟଙ୍କା ଅଧିକ ଲାଭ ମିଳିବ। ଯେତେ ପୁଞ୍ଜି ଲଗାଇବ ସେହି ହିସାବରେ ୩୦ ପ୍ରତିଶତ ଲାଭ ମିଳିବ। ପୁଞ୍ଜି ନିବେଶକାରୀଙ୍କୁ ଏଭଳି ଉଚ୍ଚ ସୁଧହାରର ଲୋଭ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଚୂନା ଲଗାଇଥିବା ଅଭିଯୁକ୍ତ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳର ସଞ୍ଜୀବ ମଲ୍ଲିକ(୪୦)କୁ ଲକ୍ଷ୍ମୀସାଗର ଥାନା ପୁଲିସ ଗିରଫ କରିଛି।
ସୂଚନା ମୁତାବକ, ବହୁଦିନ ହେବ ସଞ୍ଜୀବ ଲକ୍ଷ୍ମୀସାଗର ଥାନା ଜଗନ୍ନାଥନଗର ରୋଡ୍-୮ ଅଞ୍ଚଳରେ ରହି ଠିକାକାମ କରୁଥିଲା। ତେବେ ସେଠାରେ ରହିବା ମଧ୍ୟରେ ଶୁଭମ କମଲ ଡାଙ୍ଗୁଆଙ୍କ ସହ ଚିହ୍ନା ପରିଚୟ ହୋଇଥିଲା। ଦୁଇଜଣ ପରସ୍ପରକୁ ଭଲଭାବେ ଜାଣିଥିବାରୁ ସଞ୍ଜୀବ ପୁଞ୍ଜିନିବେଶ ପାଇଁ ଶୁଭମଙ୍କୁ ପ୍ରସ୍ତାବ ଦେଇଥିଲା। ଆଉ ପ୍ରତି ଲକ୍ଷେ ଟଙ୍କାରେ ୩୦ ପ୍ରତିଶତ ଲାଭଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଫସାଇବା ପରେ ବିଶ୍ବାସ କରି ଶୁଭମ ତାକୁ ୧୩ଲକ୍ଷ ଟଙ୍କା ଦେଇଥିଲେ। ଟଙ୍କା ନେବାର ବେଶ କିଛିଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତ ତାଙ୍କୁ କିଛି ଫେରସ୍ତ କରିନଥିଲା। ତେଣୁ ଟଙ୍କା ଫେରସ୍ତ ପାଇଁ ଶୁଭମ ବାରମ୍ବାର ଅନୁରୋଧ କରିଥିଲା। ଅନୁରୋଧ ପରେ ଟଙ୍କା ଫେରାଇବା ଲାଗି ସଞ୍ଜୀବ ୫ ମାସ ସମୟ ନେବା ସହ ୩ଟି ଚେକ୍ ଦେଇଥିଲା। ତେବେ ଗୋଟିଏ ଚେକ୍ ମାଧ୍ୟମରେ ଶୁଭମ ୧ ଲକ୍ଷ ୫୦ ହଜାର ଟଙ୍କା ଫେରସ୍ତ ପାଇଥିଲେ। ହେଲେ ଅନ୍ୟ ଦୁଇଟି ଚେକ୍ ବାଉନ୍ସ ହୋଇଯାଇଥିଲା। ବାକି ଟଙ୍କା ମାଗିବାରୁ ସଞ୍ଜୀବ ତାଙ୍କୁ ହତ୍ୟା ଧମକ ଦେଇଥିଲା। ଏନେଇ ଶୁଭମ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁକରି ସଞ୍ଜୀବକୁ ଗିରଫ କରି କୋର୍ଟଚାଲାଣ କରିଛି।
ପୁଞ୍ଜିନିବେଶ ନାଁରେ ୧୩ଲକ୍ଷ ଟଙ୍କା ଠକେଇ
ପ୍ରତି ଏକ ଲକ୍ଷ ଟଙ୍କା ନିବେଶରେ ୩୦ ହଜାର ଟଙ୍କା ଅଧିକ ଲାଭ ମିଳିବ। ଯେତେ ପୁଞ୍ଜି ଲଗାଇବ ସେହି ହିସାବରେ ୩୦ ପ୍ରତିଶତ ଲାଭ ମିଳିବ। ପୁଞ୍ଜି ନିବେଶକାରୀଙ୍କୁ ଏଭଳି ଉଚ୍ଚ ସୁଧହାରର ଲୋଭ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଚୂନା ଲଗାଇଥିବା ଅଭିଯୁକ୍ତ...
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)