ଜମି ଦେବା ନାଁରେ ୫୯ଲକ୍ଷ ଟଙ୍କା ଠକେଇ: କାର୍ଯ୍ୟାନୁଷ୍ଠାନ ପାଇଁ ଡିସିପିଙ୍କୁ ହାଇକୋର୍ଟଙ୍କ ନିର୍ଦେଶ

ଭୁବନେଶ୍ବର: ଜମିଦେବା ନାଁରେ ୫୯ଲକ୍ଷ ଟଙ୍କା ‌ଠକେଇ ଘଟଣା ହାଇକୋର୍ଟରେ ପହଞ୍ଚିଛି। ଘଟଣାର ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ହାଇକୋର୍ଟ ଡିସିପିଙ୍କୁ ନିର୍ଦେଶ ଦେଇଛନ୍ତି। ସୂଚନା ମୁତାବକ, ଗତ ୨୦୨୦ ମସିହାରେ ଯାଜପୁର ବାଲିଚନ୍ଦ୍ରପୁର ଅମିତ ନାୟକ ନାମକ ଜଣେ ବ୍ୟକ୍ତି ଚକେଇସିଆଣି ଅଞ୍ଚଳର ଚିତ୍ରସେନ ଘଡ଼ାଇ ନାମକ ଜଣେ ବ୍ୟକ୍ତିଙ୍କୁ ମଞ୍ଚେଶ୍ବର ମଞ୍ଚନାଥ ସ୍କୁଲ ନିକଟରେ ଏକ ପ୍ଲଟ୍‌ ବିକିବେ କହି ୬୭ଲକ୍ଷ ଟଙ୍କା ନେଇଥିଲେ। ହେଲେ ପରବର୍ତ୍ତୀ ସମୟରେ ଉକ୍ତ ଜମିକୁ ସେ ଅନ୍ୟଜଣେ ବ୍ୟକ୍ତିଙ୍କୁ ବିକ୍ରି କରି ଦେଇଥିଲେ। ଚିତ୍ରସେନ ଜମି ରେଜେଷ୍ଟ୍ରି ପାଇଁ ଯିବା ବେଳକୁ ସେ ଜମି ନଥିବା କହିଥିଲେ। ପରେ ଆଉ ଏକ ପ୍ଲଟ ଦେବେ ବୋଲି କହିଥିଲେ। ହେଲେ ନା ଜମି ଦେଇଥିଲେ ନା ପୂରା ଟଙ୍କା ଫେରାଇଥିଲେ। ବାରମ୍ବାର କହିବା ପରେ ମାତ୍ର ୮ଲକ୍ଷ ଟଙ୍କା ଫେରାଇଥିଲେ। ବାକିଟଙ୍କା ମାଗିବାରୁ ପାଲଟା ଧମକଚମକ ଦେଇଥିଲେ। ଏ ନେଇ ଚିତ୍ରସେନ କୋର୍ଟର ଦ୍ବାରସ୍ଥ ହୋଇଥିଲେ। ପ୍ରକୃତରେ ଅମିତ ଏହି ଠକେଇ କରିଥିବା ବେଳେ ଆଜି ସମ୍ବାଦରେ ଅନିଚ୍ଛାକୃତ ତ୍ରୁଟି କ୍ରମେ ଚିତ୍ରସେନ ଠକେଇ କରିଥିବା ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର