କେବଳ ଭୁବନେଶ୍ବରରୁ ୫ କୋଟି
ଭୁବନେଶ୍ବର: ମାତିଛନ୍ତି ସାଇବର ଠକ। ଜାନୁଆରୀରୁ ଅଗଷ୍ଟ ମାସ ଭିତରେ ଗତ ୮ ମାସରେ ୧୦ କୋଟିରୁ ଅଧିକ ଟଙ୍କା ଲୁଟ୍ କରି ସାରିଲେଣି। ସେଥିରୁ କେବଳ ଭୁବନେଶ୍ବରରୁ ୫ କୋଟିରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି ସାଇବର ଅପରାଧୀ। ଏହା କେବଳ ଭୁବନେଶ୍ବର ସାଇବର ହେଲ୍ପ ଡେସ୍କକୁ ଆସିଥିବା ଫୋନ୍ କଲ୍ ଅଭିଯୋଗରୁ ଜଣାପଡ଼ିଛି। ଏହି ୮ ମାସରେ ସାରା ରାଜ୍ୟରୁ ୪୯୩୩ ଫୋନ୍ କଲ୍ ଆସିଥିବା ବେଳେ କେବଳ ଭୁବନେଶ୍ବରରୁ ୨୧୮୦ଟି ଆସିଛି। କିନ୍ତୁ ସାରା ରାଜ୍ୟର ହିସାବ କଲେ ୩୦ କୋଟି ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି।

Advertisment

ଅନଲାଇନ୍ ବ୍ୟାଙ୍କିଙ୍ଗରେ ସର୍ବାଧିକ ଠକେଇ, କରୋନା ଅସ୍ତ୍ର
କରୋନା ସମୟରେ ଅନଲାଇନ୍ କାରବାର ଅଧିକ ରହିଥିଲା। ଲୋକେ ଅନଲାଇନ୍ ବ୍ୟାଙ୍କିଙ୍ଗକୁ ଉପରେ ଅଧିକ ନିର୍ଭର କରିଥିଲେ। ଏହାକୁ ଅସ୍ତ୍ର କରିଥିଲେ ସାଇବର ଠକ। ବିଭିନ୍ନ ଆଳ ଦେଖାଇ ଲୋକଙ୍କ ଠାରୁ ଲୁଟପାଟ୍ କରିଥିଲେ। ଅନଲାଇନ୍ ମଦ ହୋମ୍ ଡେଲିଭରି, ଅନଲାଇନ୍ ଖାଦ୍ୟ ଡେଲିଭରି, ଲୋଭନୀୟ ଅଫର୍, ଲଟେରି, ଋଣ, ଏପରିକି କୋଭିଡ୍ ଚିକିତ୍ସା, ଅକ୍ସିଜେନ୍, ରେମଡେସିଭର ଇଞ୍ଜେକସନ୍, ଆଇସିୟୁ ଯୋଗାଇ ଦେବା ନାଁରେ ସର୍ବାଧିକ ଠକେଇ କରିଥିଲେ ସାଇବର ଅପରାଧୀ।