ପେଟ୍ରୋଲ ପମ୍ପରେ ଫ୍ରି’ ଏୟାର୍‌ ଯୋଗାଣ ବନ୍ଦ

ଖଣ୍ଡଗିରି : ରାଜଧାନୀର କିଛି ପେଟ୍ରୋଲ ପମ୍ପରେ ଏବେ ଫ୍ରି’ ଏୟାର୍‌ ଯୋଗାଣ ବନ୍ଦ ହୋଇ ଯାଇଛି। ନିୟମାନୁସାରେ ଗ୍ରାହକଙ୍କ ଗାଡ଼ିକୁ ଫ୍ରି’ ଏୟାର୍‌ ଯୋଗାଣ ବାଧ୍ୟତାମୂଳକ ହୋଇଥିବା ବେଳେ କିଛି ପମ୍ପ ମାଲିକ ଜାଣିଶୁଣି ବନ୍ଦ କରି ଦେଇଛନ୍ତି। ଫଳରେ ଗାଡ଼ିମାଲିକମାନେ ବାହାରେ ଏୟାର୍ ଯାଞ୍ଚ କରି ଅଯଥାରେ ଖର୍ଚ୍ଚାନ୍ତ ହେଉଛନ୍ତି।

ଅଭିଯୋଗ ଅନୁସାରେ ଏବେ ଘାଟିକିଆ ପେଟ୍ରୋଲ ପମ୍ପ, ସିଟି ଓମେନ୍ସ କଲେଜ ନିକଟସ୍ଥ ପେଟ୍ରୋଲ ପମ୍ପ ଓ କ୍ୟାପିଟାଲ ହାଟ ପାଖ ପମ୍ପରେ ଏହି ସେବା ମିଳୁନାହିଁ। ପମ୍ପ ପରିସରରେ ଏୟାର୍‌ ମେସିନ ଥିଲେ ମଧ୍ୟ ତାହା ଦୀର୍ଘ ଦିନ ଧରି ବନ୍ଦ ରହିଛି। ଫଳରେ ଗାଡ଼ିରେ ତେଲ ପକାଇ ସାରିବା ପରେ ଉପଭୋକ୍ତାମାନେ ନିକଟସ୍ଥ ଗ୍ୟାରେଜ୍‌ରେ ପଇସା ଦେଇ ପ୍ରେସର୍ ଯାଞ୍ଚ କରୁଛନ୍ତି। ଏବେ ଗ୍ରାହକମାନେ ପ୍ରତି ୨ ଚକିଆ ପାଇଁ ୧୦ ଟଙ୍କା ଓ ୪ ଚକିଆ ଯାନ ପାଇଁ ୨୦ ଟଙ୍କା ଲେଖାଏଁ ଗଣିବାକୁ ବାଧ୍ୟ ହେଉଛନ୍ତି। ନେଉଛନ୍ତି। ଏନେଇ ପେଟ୍ରୋଲିୟମ ଡିଲର୍ ଆସୋସିଏସନ୍‌ର ସାଧାରଣ ସମ୍ପାଦକ ସଂଜୟ ଲାଠଙ୍କ କହିବା କଥା ଗ୍ରାହକଙ୍କୁ ଏହି ସେବା ଯୋଗାଇବା ବାଧ୍ୟତାମୂଳକ। ଯଦି କେହି ଅବହେଳା କରୁଛନ୍ତି, ଗ୍ରାହକମାନେ ଉକ୍ତ କମ୍ପାନିର ୱେବ୍ ସାଇଟ୍‌ରେ କର୍ତ୍ତୃପକ୍ଷଙ୍କୁ ଅଭିଯାଗ କରିପାରିବେ।

ସମ୍ବନ୍ଧିତ ଖବର