ମାଗଣାରେ ବୁଷ୍ଟର ଡୋଜ୍‌, ଅଫ୍‌ଲାଇନରେ ଟିକା ନ ପାଇ ଫେରିଲେ ଶହ ଶହ

କ୍ୟାପିଟା‌ଲ ହସ୍ପିଟାଲରେ ୮୦୦ ଜଣ ନେଲେ

ଭୁବନେଶ୍ବର: ଆଜି ଗୋଟିଏ ଦିନରେ କ୍ୟାପିଟା‌ଲ ହସ୍ପିଟାଲରେ ସର୍ବାଧିକ ୮୦୦ କରୋନା ବୁଷ୍ଟର ଡୋଜ୍ ପ୍ରଦାନ କରାଯାଇଛି। ୨୫୦ ଟିକା ଅନଲ‌ାଇନରେ ଦିଆଯାଇଥିବା ବେଳେ ଅଫଲାଇନ ପାଇଁ ମୋଟ ୫୫୦ଟିକା‌ ରହିଥିଲା। ଗତକାଲି ଏହିସଂଖ୍ୟା ୫୭୦ ଭିତରେ ସୀମିତ ରହିଥିଲା। ସେହିପରି ବିଏମ୍‌ସି ହସ୍ପିଟାଲରେ ୩୦୦ ଟିକା‌ ପ୍ରଦାନ କରାଯା‌ଇଛି। ସେଥିମଧ୍ୟରୁ ୧୦୦ଟି ଟିକ‌‌ା ଅଫ୍‌ଲାଇନରେ ପ୍ରଦାନ କରାଯାଇଛି।

ଅପରପକ୍ଷରେ ଆଜି ଅନ୍ୟ ସହରାଞ୍ଚଳ ପ୍ରାଥମିକ ଚିକିତ୍ସାଳୟର କେନ୍ଦ୍ର ଗୁଡ଼ିକରେ ବ୍ୟାପକ ଅବ୍ୟବସ୍ଥା ଦେଖାଯାଇଥିଲା। ଅନଲାଇନରେ ସ୍ଲଟ୍ ନଥିବ‌ା ବେ‌‌ଳେ ଅଫଲାଇନରେ ଟିକା ପ୍ରଦାନ ବ୍ୟବସ୍ଥା ଖୁବ କମ ସଂଖ୍ୟକ ରହିଥିଲା। ଲୋକମା‌ନେ ଅଫଲାଇନରେ ଟିକା ନେବାକୁ ଆସି ବର୍ଷାରେ ଦୀର୍ଘ ସମୟ ଧରି ଧାଡ଼ିରେ ଛିଡ଼ା ହେବ‌ା ପରେ ମଧ୍ୟ ଟିକ‌ା ନପାଇ ଫେରିଥିଲେ। ଫଳ‌ରେ ଲୋକ ମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଯାଇଥିଲା। ଆଇଆରସି ଭିଲେଜ ସହରାଞ୍ଚଳ ପ୍ରାଥମିକ ଚିକିତ୍ସାଳୟରେ ଟିକା‌ ‌ନେବାକୁ ଆସିଥିବା‌ ରଶ୍ମି ରଂଜନ କହିଛନ୍ତି ଯେ ବର୍ଷାରେ ସକ‌‌ାଳ ୮ଟାରୁ ଟିକା ପାଇଁ ଧା‌ଡ଼ିରେ ଛିଡ଼ା ‌ହୋଇଥିଲେ। କିନ୍ତୁ ଅଫଲାଇନରେ କିଛି ଲୋକଙ୍କୁ ଟିକା ଦେଇ ବହୁ ଲୋକଙ୍କୁ ଫେରାଇ ଦିଆଯାଇଥିଲା। ଅଫ୍‌ଲାଇନରେ ହସ୍ପିଟାଲ କର୍ମଚାରୀ ନିଜ ‌ଚିହ୍ନ‌‌ା ଲୋକଙ୍କୁ ଟିକା ପାଇଁ ଭିତରକୁ ଛାଡ଼ି ଦେଉଥିବ‌ା ‌ବେଳେ ସେ ଧା‌ଡ଼ିରେ ଛିଡ଼ା ହୋଇ ମଧ୍ୟ ଟିକ‌‌ା ନଥିବା ଅଭିଯୋଗ କରିଥିଲେ। ଅଫଲାଇନରେ ‌ନଚେତ୍ ସମସ୍ତଙ୍କ ପାଇଁ ଅନଲାଇନ ସ୍ଲଟ୍ ବୁକିଂ କରି ଟିକା‌ ପ୍ରଦାନ କରିବ‌ା ପାଇଁ ସେ କହିଛନ୍ତି।

ସମ୍ବନ୍ଧିତ ଖବର