ଭୁବନେଶ୍ବର: ହୃଦ୍ରୋଗ ସମସ୍ୟା ଥିବା ବ୍ୟକ୍ତିମାନଙ୍କ ପୂର୍ବଭଳି ମାଗଣାରେ ଚିକିତ୍ସା ଜାରି ରହିବ। ଏଥିପାଇଁ ରାଜ୍ୟ ସରକାର ପ୍ରଶାନ୍ତି ମେଡିକାଲ ସେବା ଓ ଗବେଷଣା ଫାଉଣ୍ଡେସନ୍ ସହିତ ୨୦୧୮ରୁ ୨୦୨୨ ମସିହା ପର୍ଯ୍ୟନ୍ତ ଏମ୍ଓୟୁ କରିଥିଲେ। ଏଥିରେ ୯୪୦ଜଣ ଶିଶୁ ହୃଦ୍ରୋଗୀ ଓ ୨୫୬ଜଣ ବୟସଙ୍କ ସଫଳ ଅସ୍ତ୍ରୋପଚାର କରାଯାଇଛି। ତେବେ ରାଜ୍ୟ ସରକାର ତୃତୀୟଥର ଲାଗି ପ୍ରଶାନ୍ତି ମେଡିକାଲ ଫାଉଣ୍ଡେସନ୍ ସହିତ ଏମ୍ଓୟୁ କରିଛନ୍ତି। ଏହି ଅବଧି ଚଳିତବର୍ଷ ଫେବ୍ରୁଆରି ୨ରୁ ୨୦୨୫ ମସିହା ଫେବ୍ରୁଆରି ପର୍ଯ୍ୟନ୍ତ ଜାରି ରହିବ।
ଫଳରେ ବର୍ଷକୁ ୫ଶହ ଶିଶୁ ଓ ବୟସ୍କ ହୃଦ୍ରୋଗୀଙ୍କୁ ମାଗଣାରେ ଅସ୍ତ୍ରୋପଚାର ସୁବିଧା ମିଳିବ। ଏଥିରେ ପୂର୍ବ ଓ ପର ମେଡିକାଲ ଡାଏଗ୍ନୋସିସ୍, ପରୀକ୍ଷା, ଅସ୍ତ୍ରୋପଚାର, ଷ୍ଟେଣ୍ଟ ଓ ଇମ୍ପ୍ଲାଣ୍ଟ ପ୍ରଭୃତି ମାଗଣାରେ ଯୋଗାଇ ଦିଆଯିବ। ଶିଶୁମାନଙ୍କର ଅହମ୍ମଦାବାଦସ୍ଥିତ ଶ୍ରୀସତ୍ୟସାଇ ହାର୍ଟ ହସ୍ପିଟାଲ ଓ ବୟସ୍କମାନଙ୍କୁ ରାଜକୋଟସ୍ଥିତ ଶ୍ରୀସତ୍ୟସାଇ ହାର୍ଟ ହସ୍ପିଟାଲରେ ଚିକିତ୍ସା କରାଯିବ। କେବଳ ରୋଗୀଙ୍କ ଯାତାୟାତ ଖର୍ଚ୍ଚ ରାଜ୍ୟ ସରକାର ଭରଣା କରିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/53-8.jpg)