ରୋଟାରିର ମାଗଣା ଦନ୍ତ ଚିକିତ୍ସା ଶିବିର

ଭୁବନେଶ୍ୱର : ବିଶ୍ୱ ରୋଟାରି ଦିବସ ଅବସରରେ ରୋଟାରି କ୍ଲବ୍‌ ଭୁବନେଶ୍ୱର ମେଟ୍ରୋଙ୍କ ଆନୁକୂଲ୍ୟରେ ଏକ ମାଗଣା ଦନ୍ତ ଚିକିତ୍ସା ଶିବିର ଖୋର୍ଦ୍ଧାର ରାଧାକୃଷ୍ଣ ଇଞ୍ଜିନିୟରିଂ କଲେଜରେ ଆୟୋଜନ କରାଯାଇଥିଲା। ରୋଟାରି ମେଟ୍ରୋ ପ୍ରେସିଡେଣ୍ଟ୍‌ କେ ସି ପଟ୍ଟନାୟକ, ଇନରହ୍ଵିଲ୍‌ ମେଟ୍ରୋ ପ୍ରେସିଡେଣ୍ଟ୍‌ ରୂପଶ୍ରୀ ପଟ୍ଟନାୟକ ଶିବିର ପରିଚାଳନା କରିଥିଲେ। ଏହି ଅବସରରେ କଲେଜର ନିର୍ଦେଶକ ସୁବ୍ରତ ମିଶ୍ର, ଉପଦେଷ୍ଟା କ୍ୟାପ୍‌ଟେନ୍‌ ନବୀନ ଶର୍ମା ଉପସ୍ଥିତ ଥିଲେ। ରୋଟାରି ମେଟ୍ରୋଙ୍କ ଦ୍ୱାରା ପୋଖରୀପୁଟ ପାଖ ଗୋଖିବାବା କୁଷ୍ଠାଶ୍ରମରେ ମଧ୍ୟ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯାହାକୁ ରୋଟାରିଆନ୍‌ ସୂର୍ଯ୍ୟ ପଟ୍ଟନାୟକ ଏବଂ ସାସ୍ୱତୀ ପଟ୍ଟନାୟକ ଆୟୋଜନ କରିଥିଲେ।

ସମ୍ବନ୍ଧିତ ଖବର