ଭୁବନେଶ୍ବର: କଳିଙ୍ଗନଗର କେ-୮ ଆବାସିକ ଉନ୍ନୟନ ପରିଷଦ ଆନୁକୂଲ୍ୟରେ ଏହାର ଅନ୍ତେବାସୀଙ୍କ ପାଇଁ ଏକ ମାଗଣା ଦନ୍ତ ଚିକିତ୍ସା ତଥା ପରାମର୍ଶ ଶିବିର ଆୟୋଜନ କରାଯାଇଥିଲା।
ସମ୍ ଡେଣ୍ଟାଲ ହସ୍ପିଟାଲର ଡାକ୍ତର ସୌରଭ ବିଦ୍ୟାସାଗର ବଳ, ଡା. ଶଶିକାନ୍ତ ସେଠୀ, ଡା. ଶୈଳଜା ପଣ୍ଡା ଓ ଡା. ନିରଞ୍ଜନ ପାଣିଗ୍ରାହୀ ପ୍ରାୟ ୪୦ ଜଣ ଅନ୍ତେବାସୀଙ୍କ ଦନ୍ତ ପରୀକ୍ଷା କରିବା ସହ ପରାମର୍ଶ ଦେଇଥିଲେ। ୱାର୍ଡ ନମ୍ବର ୨୩ର କର୍ପୋରେଟର କିରଣବାଳା ମାଝୀ, ଆବାସିକ ଉନ୍ନୟନ ପରିଷଦର ସଭାପତି ସରୋଜ କୁମାର ମହାନ୍ତି, ସମ୍ପାଦିକା ମମତା ଲେଙ୍କା, ଉପସଭାପତି ବିରଞ୍ଚି ନାରାୟଣ ଧଳ, ଦେବେନ୍ଦ୍ର କୁମାର ଶତପଥୀ, ଚିରଞ୍ଜିବୀ ସାହୁ, ଡ. ନବୀନ କୁମାର ରଥ ଏବଂ ଉନ୍ନୟନ ପରିଷଦର ସମସ୍ତ ସଦସ୍ୟ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ।