‘ସମ୍ବାଦ’ ଭବନରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ଭୁବନେଶ୍ବର: ସହିଦନଗରସ୍ଥିତ ଜେନେକ୍ସ ଭିଜନ୍‌ ସେଣ୍ଟର୍‌ ପକ୍ଷରୁ ଆଜି ‘ସମ୍ବାଦ ଭବନ’ରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ‘ସମ୍ବାଦ’ର ବିଭିନ୍ନ ବିଭାଗରେ କାର୍ଯ୍ୟରତ ମୋଟ ୪୭ଜଣ କର୍ମଚାରୀଙ୍କ ଆଖି ପରୀକ୍ଷା କରାଯିବା ସହ ଡାକ୍ତରୀ ପରାମର୍ଶ ଓ ଔଷଧ ଦିଆଯାଇଥିଲା। ଡାକ୍ତର ପିନାକୀ ପ୍ରହରାଜ ଓ ତାଙ୍କ ଟିମ୍‌ କର୍ମଚାରୀମାନଙ୍କ ଚକ୍ଷୁ ପରୀକ୍ଷା କରାଇଥିଲେ। କାର୍ଯ୍ୟକ୍ରମକୁ ଜେନେକ୍ସେ ଭିଜନ୍ ସେଣ୍ଟରର ଅମିତ୍ କୁମାର ଦାସ, ଧ୍ୟାନ୍ୟାଶେ ଜେନା, ଗୋପାଳ ପଟ୍ଟନାୟକ, ଇମତିଆଜ୍ ଜାଲାମ୍ ବେଗ୍ ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର