ଭୁବନେଶ୍ବର: ହେଲ୍ପମେଟ୍‌ ଓ ନେତ୍ରମ୍‌ କେୟାରର ମିଳିତ ଆନୁକୂଲ୍ୟରେ ୩୪ନମ୍ବର ୱାର୍ଡରେ ମାଗଣା ଚକ୍ଷୁ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହାକୁ ବିଧାୟକ ଅନନ୍ତ ନାରାୟଣ ଜେନା, କର୍ପୋରେଟର ପୁଷ୍ପାଞ୍ଜଳି ସେଠୀ, ଅନୁଷ୍ଠାନର ସଭାପତି ଅଞ୍ଜଳି ତ୍ରିପାଠୀ, ସମ୍ପାଦିକା ନିବେଦିତା ଭଞ୍ଜ ଉଦଘାଟନ୍‌ କରିଥିଲେ। ଏଥିରେ ୧୩୭ଜଣ ଚକ୍ଷୁ ପରୀକ୍ଷା କରାଇଥିଲେ।

Advertisment

ସେଥିରୁ ୪୨ ଜଣଙ୍କୁ ସୁଲଭ ମୂଲ୍ୟରେ ଚଷମା ଦିଆଯିବା ସହ ୧୫ ଜଣଙ୍କୁ କାଟ୍ରାଟ୍‌ ଅସ୍ତ୍ରୋପଚାର କରାଯିବ ବୋଲି କୁହାଯାଇଛି। ଏଥିସହ ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ବିନା ମୂଲ୍ୟରେ ଚଷମା ଦିଆଯାଇଛି। ଅନୁଷ୍ଠାନର ସଦସ୍ୟ ବବିତା ମହାନ୍ତି, ସୌଦାମିନୀ ପଣ୍ଡା, ମାନସ ଥାଟୋଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆଗାମୀ ଦିନରେ ଭୁବନେଶ୍ବରରେ ପ୍ରତି ୱାର୍ଡରେ ଏହି କାର୍ଯ୍ୟକ୍ରମ କରାଯିବ ବୋଲି ଅନୁଷ୍ଠାନର ସମ୍ପାଦିକା ସୂଚନା ଦେଇଛନ୍ତି।