ଭୁବନେଶ୍ଵର: ସତ୍ୟନଗର ଲେଡିଜ୍ ଫୋରମ୍ ପକ୍ଷରୁ ଆଜି ରାଜକୁମାର ବସ୍ତିରେ ମହିଳାମାନଙ୍କ ମାଗଣା ହେମୋଗ୍ଲୋବିନ୍ ପରୀକ୍ଷା କରାଯାଇଥିଲା। ଏକ ଘରୋଇ ପାଥୋଲୋଜିର ସହଯୋଗରେ ୫୦ରୁ ଊର୍ଦ୍ଧ୍ବ ମହିଳାଙ୍କ ହିମୋଗ୍ଲୋବିନ୍ ପରୀକ୍ଷା କରାଯାଇଥିଲା। ରିପୋର୍ଟ ଆସିବା ପରେ ଯେଉଁମାନଙ୍କ ହେମୋଗ୍ଲାବିନ୍ର ଅଭାବ ଦେଖାଯିବ, ସେମାନଙ୍କୁ ମାଗଣା ଔଷଧ ଦିଆଯିବ ବୋଲି ଫୋରମ୍ ପକ୍ଷରୁ କୁହାଯାଇଛି।
ସମ୍ପାଦିକା ଅନୁରାଧା ଦାଶଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟ ସଦସ୍ୟାମାନଙ୍କ ମଧ୍ୟରେ କାଜଲ ମହାପାତ୍ର, ଆରାଧନା ସାହୁ, ସ୍ବର୍ଣ୍ଣବାଳା ନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ।