ସମ୍ବାଦ ଭବନରେ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର

ଭୁବନେଶ୍ୱର : ସମ୍ବାଦ ଭବନାଠାରେ ଶୁକ୍ରବାର ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ସମ୍ବାଦ ମାନବସମ୍ବଳ ବିଭାଗର ତତ୍ତ୍ୱାବଧାନରେ ଭିଏସ୍‌ଏଓ୍‌ ନଗରସ୍ଥିତ ଖୁସି ଡାଇବେଟିସ୍‌ କେୟାର ଏବଂ ଡକ୍ଟର ଚନ୍ଦନ ଆଡଲ୍ଟ ଇମୁନାଇଜେସନ୍‌ ପକ୍ଷରୁ ଆୟୋଜିତ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ମଧୁମେହ ରୋଗ ବିଶେଷଜ୍ଞ ଡାକ୍ତର ଚନ୍ଦନ କୁମାର ପାତ୍ର ଓ ଅନୁଷ୍ଠାନର ସ୍ୱେଚ୍ଛାସେବୀମାନେ ‘ସମ୍ବାଦ’, କନକ ନ୍ୟୁଜ୍‌, ରେଡିଓ ଚକଲେଟ୍‌ ଓ ସମ୍ବାଦ ଡଟ୍‌ଇନ୍‌ର ଶତାଧିକ କର୍ମଚାରୀଙ୍କ ରକ୍ତଚାପ, ସ୍ନାୟୁରୋଗ ଏବଂ ରକ୍ତ ସର୍କରା ଆଦି ପରୀକ୍ଷା କରିଥଇଲେ। ଏଥିରେ ଶୁଭାଶିଷ, ମନୋରଂଜନ, ପ୍ରଶାନ୍ତ, ଅମିତ୍ରାକ୍ଷ, ଅରୁଣ, ଗୌରୀ, ଶୁଭେନ୍ଦୁ, ରଂଜନ, ଅନନ୍ଦ ଚନ୍ଦ୍ର, ସତ୍ୟବ୍ରତ, ରୁଚିତା ଓ ସୁଶୀଲ ପ୍ରମୁଖ ସ୍ୱେଚ୍ଛାସେବୀମାନେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର