ଗିରିଙ୍ଗେଶ୍ୱରୀ ପୀଠରେ ମାଗଣା ସ୍ବାସ୍ଥ୍ୟ ଶିବିର

ବାଲିପାଟଣା: ସ୍ବେଚ୍ଛାସେବୀ ସଂଗଠନ ବର୍ଣ୍ଣ ଟୁ ହେଲ୍ପ ଅଲ (ବିଟୁଏଚଏ) ଏବଂ ସିଦ୍ଧି ବିନାୟକ ଚାରିଟେବୁଲ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ସରିପୁରସ୍ଥିତ ମା’ ଗିରିଙ୍ଗେଶ୍ୱରୀଙ୍କ ପୀଠରେ ଏକ ମାଗଣା ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ପ୍ରାୟ ୨୦୦ରୁ ଊର୍ଦ୍ଧ୍ବ ରୋଗୀ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବିଟୁଏଚଏର ସଭାପତି ଘନଶ୍ୟାମ ବେହେରା, ସିଦ୍ଧି ବିନାୟକ ଚାରିଟେବୁଲ ଟ୍ରଷ୍ଟ ଅଧ୍ୟକ୍ଷ ସତ୍ୟପ୍ରିୟ ବେହେରା, ଏସଆଇ ରାକେଶ ସାମଲ ପ୍ରମୁଖ ଯୋଗ ଦେଇଥିଲେ। ବିଟୁଏଚଏର ପ୍ରତିଷ୍ଠାତା ପପକ ରଞ୍ଜନ ବାରିକ ସ୍ୱାସ୍ଥ୍ୟ ଶିବିର ଆୟୋଜନରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଭୁବନେଶ୍ୱର ପଣ୍ଡା ନର୍ସିଂ ହୋମ ଓ ସନ ଫ୍ଲାୱାର ନର୍ସିଂ ହୋମର ଡାକ୍ତର ଓ କର୍ମଚାରୀ ସ୍ବାସ୍ଥ୍ର ସେବା ଯୋଗାଇ ଦେଇଥିଲେ। ମେଡିସିନ ବିଭାଗର ଡାକ୍ତର ସଂଗ୍ରାମ କେଶରୀ ମହାପାତ୍ର, ଡା. ଭବାନୀ ଶଙ୍କର ନାୟକ, ଡା. କସ୍ତୁରୀ ଭରଦ୍ୱାଜ, ଡା. ଅଜିତ କୁମାର ଜେନା ପ୍ରମୁଖ ଚିକିତ୍ସା କରିଥିଲେ। ଫାର୍ମାସିଷ୍ଟ ସାରଦା ପ୍ରସାଦ ପାଣି, ରାଜେଶ କୁମାର ଗଡ଼ନାୟକ, ନର୍ସ ଅମିନା ବେଗମ, ସିପ୍ରା ଖଟୁଆ ପ୍ରମୁଖ ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁରଲୀ ବିଶ୍ୱାଳ, ସନ୍ଦୀପ ମିଶ୍ର, ରମେଶ ରଥ, ଅରୁଣ ଶତପଥୀ, ଅକ୍ଷୟ ବେହେରା, ବସନ୍ତ ଦାଶ, ଅକ୍ଷୟ ସାହୁ, କ୍ଷୀରୋଦ ଜେନା, ଲିପୁ ଭୋଇ, ଆଲୋକ ଆଚାର୍ଯ୍ୟ, ସନ୍ତୋଷ ଦାସ, ନରେନ୍ଦ୍ର ଭୋଳ ପ୍ରମୁଖ ସହଯୋଗ କରିଥିଲେ।

ଡିଜାଷ୍ଟର୍ ଇନ୍ ଫ୍ରେମସ୍ ଫଟୋ ପ୍ରଦର୍ଶନୀ ଉଦ୍‌ଘାଟିତ

ଭୁବନେଶ୍ବର: ଫଟୋ ସାମ୍ବାଦିକ ଅତୁଲ୍ୟ ମହାନ୍ତିଙ୍କ କ୍ୟାମେରାରେ କଏଦ ହୋଇଥିବା ବିପର୍ଯ୍ୟୟ ବେଳର ଫଟୋକୁ ନେଇ ଏକକ ଫଟୋ ପ୍ରଦର୍ଶନୀ ‘ଡିଜାଷ୍ଟର୍ ଇନ୍ ଫ୍ରେମସ୍’ ଆଜି ପୂର୍ବାହ୍ନରେ ଜୟଦେବ ଭବନରେ ଉଦ୍‌ଘାଟିତ ହୋଇଯାଇଛି। ଦୁଇଦିନ ବ୍ୟାପୀ ହେବାକୁ ଥିବା ଏହି ପ୍ରଦର୍ଶନୀର ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବେ ବାଚସ୍ପତି ପ୍ରମିଳା ମଲ୍ଲିକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇଙ୍କ ସମେତ ବହୁ ଅତିଥି ବୁଲି ଦେଖିଥିଲେ। ଫାଇଲିନ୍, ଫନି, ହୁଡ୍‌ହୁଡ୍ ଆଦି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଶ୍ରୀ ମହାନ୍ତି ସାହସିକତାର ସହିତ ଉତ୍ତୋଳନ କରିଥିବା ଫଟୋଗୁଡ଼ିକୁ ଦର୍ଶକମାନେ ଦେଖିଥିଲେ।

ସମ୍ବନ୍ଧିତ ଖବର