ଭୁବନେଶ୍ବର: କରୋନାର ଦ୍ବିତୀୟ ଲହର ଘାତକ ସାଜିଛି। ଏବେ ରାଜ୍ୟରେ ଯେତେ ମାତ୍ରାରେ ଟେଷ୍ଟିଂ କରାଯାଉଛି, ସେହି ଅନୁପାତରେ ଆକ୍ରାନ୍ତ ବାହାରୁଛନ୍ତି। ବିଶେଷକରି ରାଜଧାନୀ ସମେତ ପୂରା ଖୋର୍ଧା ଜିଲ୍ଲା ସ୍ଥିତି ଉଦ୍ବେଗଜନକ ରହିଛି। ରାଜଧାନୀରେ ଏବେ ବହୁ ଆକ୍ରାନ୍ତ ଘରେ ସଂଗରୋଧରେ ରହି ଚିକିତ୍ସିତ ହେଉଛନ୍ତି। ଏପରି ସ୍ଥିତିରେ ଏକୁଟିଆ ରହୁଥିବା ଆକ୍ରାନ୍ତ ବରିଷ୍ଠ ନାଗରିକ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ନିଜ ପାଇଁ ଔଷଧ ଆଣିବାକୁ ମଧ୍ୟ ବାହାରକୁ ବାହାରି ପାରୁନାହାନ୍ତି।
ଏପରି ସ୍ଥିତିକୁ ହୃଦୟଙ୍ଗମ କରି ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଜୟ ଓଡ଼ିଶା’ ଓ ‘ଶକ୍ତି’ ମିଳିତ ଭାବେ ଏକ ଅଭିଯାନ ଆରମ୍ଭ କରିଛନ୍ତି। ରାଜଧାନୀରେ ରହୁଥିବା ବରିଷ୍ଠ ନାଗରିକଙ୍କୁ ସେମାନଙ୍କ ଘରେ ଔଷଧ ଯୋଗାଇ ଦେଉଛନ୍ତି। ସଂଗଠନର କର୍ମକର୍ତ୍ତାଙ୍କୁ ମୋବାଇଲ୍ରେ କଲ୍ କରି କିମ୍ବା ହ୍ୱାଟସଆପ୍ ଯୋଗେ ପ୍ରେସକ୍ରିପସନ୍ ପଠାଇଲେ, ସେମାନେ ଘରେ ଔଷଧ ଦେଇ ଯାଉଛନ୍ତି। ଡେଲିଭରି ବାବଦ ଖର୍ଚ୍ଚ ସଂପୂର୍ଣ୍ଣ ମାଗଣା ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/5456fs46h54fs56hhhhhhhhhhhhhhhhhhhh.jpg)