ଭୁବନେଶ୍ବର: ରୋଟାରି କ୍ଲବ, ଖାରବେଳ-କଳିଙ୍ଗ ନଗର ଓ କଳିଙ୍ଗ ନଗର (କେ-୮) ବରିଷ୍ଠ ନାଗରିକ ମଞ୍ଚର ମିଳିତ ସହଯୋଗରେ ଘାଟିକିଆସ୍ଥିତ ସରସ୍ବତୀ ବିଦ୍ୟାମନ୍ଦିର ପରିସରରେ ଏକ ମାଗଣା ଅସ୍ଥି ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଶ୍ରୀଶ୍ରୀ ବିଶ୍ବବିଦ୍ୟାଳୟର ଡା. ନିକିତା ମିରଜକର, ତନୁଶ୍ରୀ ଅଗ୍ରୱାଲଙ୍କ ତତ୍ତ୍ବାବଧାନରେ ୮ଜଣ ଡାକ୍ତର ଏହି ଶିବିରରେ ଯୋଗ ଦେଇଥିଲେ। ଡାକ୍ତରୀ ଦଳ ରୋଗୀମାନଙ୍କ ବିଭିନ୍ନ ଶାରୀରିକ ସମସ୍ୟା ଅନୁଧ୍ୟାନ କରି ବିନା ପରୀକ୍ଷା ଓ ବିନା ଔଷଧରେ ସ୍ପର୍ଶ ଚିକିତ୍ସା ମାଧ୍ୟମରେ ଶାରୀରିକ ସମସ୍ୟାର ଉପଶମ କରିଥିଲେ।
ଏଥିରେ ସ୍ଥାନୀୟ ଅଞ୍ଚଳର ୬୪ଜଣ ଚିକିତ୍ସିତ ହୋଇଥିଲେ। କ୍ଲବର ସଭାପତି କର୍ଣ୍ଣେଲ୍ ଏସ୍. ଜଗନ୍ନାଥ ରାଓ, ପ୍ରତିଷ୍ଠାତା ସଭାପତି କିଶୋର ଚନ୍ଦ୍ର ସ୍ବାଇଁ, ଶିବବ୍ରତ ଦାଶ, ମନୋଜ ତ୍ରିପାଠୀ, କର୍ପୋରେଟର କିରଣବାଳା ମାଝୀ, ଦିଲ୍ଲୀପ ମାଝୀ, ଅକ୍ଷୟ ବେହେରା, ଗିରିଜା ପ୍ରସନ୍ନ ମହାପାତ୍ର, ସରୋଜ ମହାନ୍ତି, ପବିତ୍ର ମହାନ୍ତି, ରମେଶ ଚନ୍ଦ୍ର ମହାନ୍ତି, ପି.ଏସ୍.ଏନ୍ ପାତ୍ର, ଦିଲ୍ଲୀପ ଜେନା, ଗଗନ ବିହାରୀ ନନ୍ଦ ପ୍ରମୁଖ ଶିବିର ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/18-20.jpg)