ଭୁବନେଶ୍ବର: ଫେସନ୍ ଷ୍ଟୋର ସେଣ୍ଟ୍ରାଲ ପକ୍ଷରୁ ଅଗଷ୍ଟ ୩ ତାରିଖରେ ଦିନିକିଆ ମାଗଣା ସପିଂ ଉତ୍ସବ ପାଳିତ ହୋଇଯାଇଛି। ଗ୍ରାହକମାନେ ଏହି ଦିବସର ସର୍ବାଧିକ ଉପଯୋଗ କରିଛନ୍ତି। ସେଣ୍ଟ୍ରାଲରେ ଜଣେ ଗ୍ରାହକ ୬୦୦୦ ଟଙ୍କାର ସପିଂ କରି ୩୦୦୦ ଟଙ୍କା ପଇଠ କରିଥିଲେ। ଏହାବ୍ୟତୀତ ଗ୍ରାହକଙ୍କୁ ୩୦୦୦ ଟଙ୍କା ମୂଲ୍ୟର କ୍ୟାସ କୁପନ ସେଣ୍ଟ୍ରାଲ ପକ୍ଷରୁ ପ୍ରଦାନ କରାଯାଇଛି। ଏତଦ୍ବ୍ୟତୀତ ୧୯୯୯ ଟଙ୍କାର ସପିଂ କରି ଗ୍ରାହକମାନେ ୮୮୦୦ ଟଙ୍କା ମୂଲ୍ୟର ଆମେରିକାନ ଟୁରିଷ୍ଟର ବା ଭିଆଇପି କେବିନ ଲଗେଜ୍କୁ ୧୯୯୯ ଟଙ୍କାରେ ପାଇପାରିଥିଲେ। ଆଇସିଆଇସିଆଇ ବ୍ୟାଙ୍କର ଡେବିଟ୍/କ୍ରେଡିଟ୍ କାର୍ଡ ବ୍ୟବହାର କରି ସପିଂ କରିଥିବା ଗ୍ରାହକଙ୍କୁ ଅତିରିକ୍ତ ୧୦ ପ୍ରତିଶତ ରିହାତି ମିଳିଥିଲା। ଏଥିସହିତ ବଜାଜ୍ ଫିନସର୍ଭ କ୍ୟାସବ୍ୟାକ, ପେଟିଏମ୍ କ୍ୟାସବ୍ୟାକ, ଓୟୋ ସ୍ପେସାଲ ଅଫର୍ ଏବଂ ସେଣ୍ଟ୍ରାଲ ଷ୍ଟାର୍ ଗିଫ୍ଟିଂ ପ୍ରୋଗ୍ରାମ ଭଳି ଏକାଧିକ ଆକର୍ଷଣୀୟ ଅଫର୍ ରହିଥିଲା। ସେଣ୍ଟ୍ରାଲରେ ପୁରୁଷ, ମହିଳା ଓ ପିଲାମାନଙ୍କ ପାଇଁ ଉପଲବ୍ଧ ବହୁସଂଖ୍ୟାର ଉତ୍ପାଦ କ୍ରୟ କରି ଗ୍ରାହକମାନେ ଏହି ଅଫର୍ର ମଜା ନେଇଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp