ରାଜଧାନୀ ରାଜରାସ୍ତାରେ ଜୟ ଓଡ଼ିଶା ପକ୍ଷରୁ ତରଭୂଜ ବଣ୍ଟନ

ଭୁବନେଶ୍ୱର: ଗ୍ରୀଷ୍ମ ପ୍ରଭାବକୁ ଦୃଷ୍ଟିରେ ରଖି ଜୟ ଓଡ଼ିଶା ସଙ୍ଗଠନ ରାଜଧାନୀ ରାଜରାସ୍ତାରେ ସାଧାରଣ ଜନତାଙ୍କୁ ମାଗଣା ତରଭୂଜ ବଣ୍ଟନ କରୁଛି। ଜୟ ଓଡ଼ିଶାର ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ ଡା. ଜଗନ୍ନାଥ ମହାପାତ୍ର କରିଥିଲେ ଓ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ଡ. ଡି.କେ ପାଣିଗ୍ରାହୀ। ଏହି କାର୍ଯ୍ୟକ୍ରମରେ ସଂଗଠନର ପ୍ରତିଷ୍ଠାତା ସଭାପତି ରୁଦ୍ର ନାରାୟଣ ସାମନ୍ତରାୟଙ୍କ ସହିତ ଅନ୍ୟ ସ୍ୱେଚ୍ଛାସେବୀ ମଧ୍ୟ ଯୋଗ ଦେଇଥିଲେ।

ତରଭୂଜରେ ପ୍ରଚୁର ପରିମାଣର ପାଣି ଥାଏ। ତେଣୁ ଏହାର ଏକ ଚତୁର୍ଥାଂଶ ଶରୀରକୁ ଏକ ଗ୍ଲାସ ପାଣି ଯୋଗାଇଥାଏ। ଏତଦ୍‌ବ୍ୟତୀତ ଏହା ଶରୀରକୁ ଶକ୍ତି ଯୋଗାଇଥାଏ ବୋଲି କହିଛନ୍ତି ଡା. ଜଗନ୍ନାଥ ମହାପାତ୍ର। ସହିଦ ନଗର ଦୁର୍ଗାପୂଜା ମଣ୍ଡପ ନିକଟରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମ ଆଗାମୀ ୧୫ଦିନ ପର୍ଯ୍ୟନ୍ତ ଜାରି ରହିବ। ଦିନ ୧୨ଟାରୁ ୩ଟା ପର୍ଯ୍ୟନ୍ତ ତରଭୂଜ ପ୍ରଦାନ କରାଯିବ ବୋଲି ଜୟ ଓଡ଼ିଶା ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର