ଭୁବନେଶ୍ବର : ଏଜେନ୍ସ ଫ୍ରାନ୍ସଏଜ୍ ଡି ଡେଭଲପମେଣ୍ଟ (ଏଏଫ୍ଡି)ର ଭାରତ ମୁଖ୍ୟ ବ୍ରୁନୋ ବୋସ୍ଲେ ଆଜି ରାଜଧାନୀରେ କାର୍ଯ୍ୟକାରୀ ହେଉଥିବା ସିଟିଜ୍ (ସିଟି ଇନଭେଷ୍ଟମେଣ୍ଟ୍ସ ଟୁ ଇନୋଭେଟ୍ ଇଣ୍ଟିଗ୍ରେଟ୍ ଆଣ୍ଡ ସଷ୍ଟେନ୍) ପ୍ରକଳ୍ପର ତଦାରଖ କରିଛନ୍ତି। କେଉଁ କେଉଁ କ୍ଷେତ୍ରରେ ସିଟିଜ୍ ପ୍ରକଳ୍ପ କାର୍ଯ୍ୟକାରୀ ହେବ, କେତେ ଅର୍ଥ ଖର୍ଚ୍ଚ ହେବ ସେନେଇ ସମୀକ୍ଷା କରିଛନ୍ତି। ଏଥିରେ ଫ୍ରାନ୍ସ ଦୂତାବାସର ଆର୍ଥିକ ପରାମର୍ଶଦାତା (ଶକ୍ତି ଓ ଶିଳ୍ପ) ଥୋମାସ୍ ସେଲ୍ଜ ସାମିଲ୍ ହୋଇଥିଲେ। ଫ୍ରେଞ୍ଚ ପ୍ରତିନିଧିମଣ୍ଡଳୀ ସିଟିଜ୍ ପ୍ରକଳ୍ପ ହେଉଥିବା ସ୍ଥାନ, ଦେବୀ ପାଦହରା, ଗଙ୍ଗାଯମୁନା ପୁଷ୍କରିଣୀ ଓ ବିଭିନ୍ନ ଐତିହ୍ୟସ୍ଥଳୀ ବୁଲି ଦେଖିଥିଲେ। ବିଡିଏ ସଚିବ ହରିଶ ଚନ୍ଦ୍ର ନାୟକଙ୍କ ସମେତ ବିଏମ୍ସି, ବିଡିଏ ଓ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡର ବରିଷ୍ଠ ଅଧିକାରୀମାନେ ଏହି ପ୍ରତିନିଧି ମଣ୍ଡଳୀ ସହ ବିଭିନ୍ନ ଅଞ୍ଚଳ ବୁଲିଥିଲେ।
ସିଟିଜ୍ ପ୍ରକଳ୍ପ ତଦାରଖ ପାଇଁ ଭୁବନେଶ୍ବରରେ ଫ୍ରେଞ୍ଚ୍ ପ୍ରତିନିଧି ମଣ୍ଡଳୀ
/sambad/media/post_attachments/wp-content/uploads/2021/03/french-delegates.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)