ଭୁବନେଶ୍ବର: ରାଜଧାନୀ ଡିଗ୍ରି କଲେଜର ବ୍ୟାଚ୍‌ଲର ଅଫ୍‌ ବିଜନେସ୍‌ ଆଡମିନିଷ୍ଟ୍ରେସନ୍‌ (ବିବିଏ) ବିଭାଗରେ ଗୁରୁବାର ଦିନ ନବାଗତ ଛାତ୍ରଛାତ୍ରୀଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। କଲେଜ ପରିସରରେ ଆୟୋଜିତ କାର୍ଯ୍ୟକ୍ରମ ‘ଯୁବୋଦୟ-୨୦୨୫’ରେ ବରିଷ୍ଠ ଛାତ୍ରଛାତ୍ରୀମାନେ ନବାଗତ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହର ସହିତ ଫୁଲତୋଡ଼ା ଦେଇ ସ୍ବାଗତ କରିଥିଲେ। ଏହି ସମାରୋହକୁ ରାଜଧାନୀ କଲେଜର ଅଧ୍ୟକ୍ଷ ଡ. ସରୋଜକାନ୍ତ ଚୌଧୁରୀ ଉଦ୍‌ଘାଟନ କରିଥିଲେ।  

Advertisment

ପ୍ରଶାସନିକ ପ୍ରତିନିଧି ଡ. ମନ୍ମଥ ଘଡ଼େଇ, ରାଜଧାନୀ କଲେଜର ମୁଖ୍ୟ ଟ୍ରଷ୍ଟି ମହେଶ ପଟ୍ଟନାୟକ, ବିସିଏ ବିଭାଗର ସଂଯୋଜକ ପ୍ରଶାନ୍ତ କୁମାର ବେଉରା, ବିବିଏ ବିଭାଗର ମୁଖ୍ୟ ନିହାର ରଂଜନ ମହାପାତ୍ର ଓ ବିସିଏ ବିଭାଗର ମୁଖ୍ୟ ସୌମ୍ୟାଶ୍ରୀ ପଟ୍ଟନାୟକ ନବାଗତ ଛାତ୍ରଛାତ୍ରୀମାନଙ୍କୁ ସ୍ବାଗତ କରିବା ସହିତ ଭଲ କ୍ୟାରିୟର କରିବା ପାଇଁ ପରାମର୍ଶ ଦେଇଥିଲେ।  

‘ଯୁବୋଦୟ-୨୦୨୫’ରେ ବରିଷ୍ଠ ଛାତ୍ରଛାତ୍ରୀମାନେ ନବାଗତ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହର ସହିତ ଫୁଲତୋଡ଼ା ଦେଇ ସ୍ବାଗତ କରିଥିଲେ। ଏହି ସମାରୋହକୁ ରାଜଧାନୀ କଲେଜର ଅଧ୍ୟକ୍ଷ ଡ. ସରୋଜକାନ୍ତ ଚୌଧୁରୀ ଉଦ୍‌ଘାଟନ କରିଥିଲେ।  

ସମାରୋହରେ ‘ମିଷ୍ଟର ଫ୍ରେସର ଟାଇଟଲ୍‌’ ଭାବେ ରାଜୀବ ତମସାୟ ସମ୍ମାନିତ ହୋଇଥିବା ବେଳେ ପ୍ରଜକ୍ତା ଶର୍ମାଙ୍କୁ ମିସେସ୍‌ ଫ୍ରେସର ଟାଇଟଲ’ ସମ୍ମାନ ମିଳିଥିଲା। ସଂକିତା ପ୍ରଧାନ ଓ ଓମ୍‌ପ୍ରକାଶ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ। ସମାରୋହରେ ‘ବିବିଏ’ ଦ୍ବିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀ ଉତ୍ସାହର ସହିତ ଯୋଗ ଦେଇଥିଲେ।

Rajdhani College | Education