ଭୁବନେଶ୍ବର: ରକ୍ତ ପିପାସୁ ନାଗା ସାଧୁ ଭୂମିକାରେ ଦିଶିବେ ସୈଫ ଅଲ୍ଲୀ ଖାନ୍। ନବଦୀପ ସିଂହଙ୍କ ନିର୍ଦେଶିତ ଏହି ବହୁ ଚର୍ଚ୍ଚିତ ସିନେମାରେ ନାୟିକାର ନିର୍ଦେଶରେ ଜଣେ ନାଗା ସନ୍ୟାସୀ କିଭଳି ଅନ୍ୟ ଜଣେ ସନ୍ୟାସୀଙ୍କୁ ଆକ୍ରମଣ କରୁଛି, ସେଇଭଳି ଏକ ରହସ୍ୟମୟ କାହାଣୀକୁ ନେଇ ଶୁକ୍ରବାର ପରଦାକୁ ଆସୁଛି ସେଫ୍ ଅଲ୍ଲୀ ଖାନ୍ ଓ ସୋନାକ୍ଷୀ ସିହ୍ନାଙ୍କ ଅଭିନୀତ ‘ଲାଲ୍ କପ୍ତାନ’। ଏରୋସ୍ ଇଣ୍ଟରନାସ୍ନାଲ୍ ପ୍ରଯୋଜିତ ଏହି ସିନେମାରେ ମାନବ ବିଜ୍, ଜୋୟା ହୁସେନ୍, ଦୀପକ ଡୋବ୍ରିୟାଲ୍, ସାଇମନ ସିଂହ ପ୍ରମୁଖ ଅଭିନୟ କରିଛନ୍ତି। ଏଥିସହ ଆଉ ୫ଟି ନୂଆ ସିନେମା ଆଜି ମୁକ୍ତିଲାଭ କରିବାକୁ ଯାଉଛି। ଢେର୍ ଦିନ ପରେ ବିକ୍ରମ ଭଟ୍ଟଙ୍କ ନିର୍ଦେଶିତ ହରର ଥ୍ରିଲର ‘ଘୋଷ୍ଟ୍’ ପରଦାକୁ ଆସୁଛି। ସନୟା ଇରାନୀ ଓ ଶିବମ୍ ଭାର୍ଗବଙ୍କ ଅଭିନୀତ ଏହି ସିନେମାରେ ଜଣେ ଯୁବକ ହତ୍ୟା ମାମଲାରେ ଫସିଯିବା ପରେ ନ୍ୟାୟ ପାଇବା ପାଇଁ ସଂଘର୍ଷ କରୁଛି, ସେହିଭଳି କଥାବସ୍ତୁକୁ ନେଇ ପ୍ରସ୍ତୁତ ହୋଇଛି ଘୋଷ୍ଟ୍। ପ୍ରେମ ପାଇଁ ଘର ଛାଡ଼ି ଚାଲିଯିବା ଭଳି ଘଟଣାକୁ ‘ପି ସେ ପ୍ୟାର୍ ଏଫ୍ ସେ ଫେରାର୍’ ସିନେମାରେ ଚିତ୍ରଣ କରିଛନ୍ତି ନିର୍ଦେଶକ ମନୋଜ ତିୱାରୀ। ଜାତୀୟ ସ୍ତରର କ୍ରୀଡ଼ାବିତ୍ଟିଏ ଅଜାତିର ଝିଅ ପ୍ରେମରେ ପଡ଼ିବା ପରେ ମଥୁରାରେ ସେ କିଭଳି ନିଜ ସଂପ୍ରଦାୟ ଦ୍ବାରା ଗ୍ରହଣୀୟ ହୋଇପାରୁନାହିଁ ଏବଂ ଶେଷରେ ପ୍ରେମୀଯୁଗଳ କି ପଦକ୍ଷେପ ନେଇଛନ୍ତି ତାହାକୁ ଚିତ୍ରଣ କରିଛି ଏହି ଚଳଚ୍ଚିତ୍ର। ଏଥିସହ ଲାଇଫ୍ ମେ ଟାଇମ୍ ନେହିଁ ହୈ କିସିକୋ, ୟାରମ ଓ ମେଲେଫିସେଣ୍ଟ୍: ମିଷ୍ଟ୍ରେସ୍ ଅଫ୍ ଏଭିଲ୍ ମଧ୍ୟ ମୁକ୍ତିଲାଭ କରୁଛି।
ଫ୍ରାଇଡେ ରିଲିଜ୍: ‘ଲାଲ୍ କପ୍ତାନ’କୁ ଟକ୍କର ଦେବ ‘ଘୋଷ୍ଟ୍’
/sambad/media/post_attachments/wp-content/uploads/2019/10/sdfgh56df89h7d56gh43d2fh1d234d56gh4dg564hdg56h4dg564.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)