ଭୁବନେଶ୍ବର: ଶୁକ୍ରବାର ମୁକ୍ତିଲାଭ କରିବ ଏକକାଳୀନ ୫ଟି ହିନ୍ଦୀ ଚଳଚ୍ଚିତ୍ର। ପ୍ରେମ, ରୋମାନ୍ସ, କମେଡି ସହ ଏକ ରହସ୍ୟପୂର୍ଣ୍ଣ ଚଳଚ୍ଚିତ୍ର ଦେଖିବାର ସୁଯୋଗ ମିଳିବ। ଭି.ସି ବଦିଭୁଦୟାଁଙ୍କ ନିର୍ଦେଶିତ ଏବଂ ଜନ୍ ମାକ୍ସଙ୍କ ପ୍ରଯୋଜିତ ଚଳଚ୍ଚିତ୍ର ‘ବିନ୍ଦି’ରେ ଏକ ରହସ୍ୟଜନକ କଥାବସ୍ତୁ ଉପଭୋଗ କରିବାର ସୁଯୋଗ ମିଳିବ। ଏମ୍ବିବିଏସ୍ ପଢ଼ୁଥିବା ଦୁଇ ଛାତ୍ରଙ୍କ ମଧ୍ୟରୁ ଜଣେ ଛାତ୍ର କଲେଜ୍ରେ ଖରାପ ପ୍ରଦର୍ଶନ କରି ବିଫଳ ହେବା ପରେ ହାତ କାଟି ଆତ୍ମହତ୍ୟା କରିବା ଏବଂ ସେଇ ରକ୍ତବିନ୍ଦୁ ଏକ କବରରେ ପଡ଼ିବା ପରେ ଛାତ୍ରଙ୍କ ମଧ୍ୟରେ ଏକ ଝିଅର ଆବଭାବ ଦେଖାଯିବା ଭଳି କାହାଣୀ ଦେଖିବାକୁ ମିଳିବ। ରୋମ୍ ଫିଲ୍ମ ଫେଷ୍ଟିଭାଲ୍ରେ ପ୍ରଦର୍ଶିତ ହୋଇ ଚର୍ଚ୍ଚିତ ହୋଇଥିବା ରାକେଶ ଓମ୍ପ୍ରକାଶ ମେହେରାଙ୍କ ନିର୍ଦେଶିତ ଚଳଚ୍ଚିତ୍ର ‘ମେରେ ପ୍ୟାରେ ପ୍ରାଇମ୍ ମିନିଷ୍ଟର’ ମଧ୍ୟ ମୁକ୍ତିଲାଭ କରିବ। ଏଥିରେ ଜଣେ ୮ବର୍ଷର ପିଲାଟିଏ ନିଜ ମା’କୁ ଦୁଷ୍କର୍ମ ହେବା ଦେଖିବା ପରେ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖିବାର କଥାବସ୍ତୁକୁ ଦେଖାଯାଇଛି। ଅଞ୍ଜଳି ପାଟିଲ୍, ଓମ୍ କନୋଜିଆ, ଅତୁଲ କୁଲକର୍ଣ୍ଣି, ମାର୍କଣ୍ଡ ଦେଶପାଣ୍ଡେ ଅଭିନୟ କରିଛନ୍ତି। ଅଲ୍ଲୀ ଫଜଲଙ୍କ ଅଭିନୀତ ପ୍ରଥମ ରୋମାଣ୍ଟିକ୍ ଚଳଚ୍ଚିତ୍ର ‘ମିଲନ ଟକିଜ୍’ ମଧ୍ୟ ମୁକ୍ତିଲାଭ କରିବାକୁ ଯାଉଛି। ଟିଗ୍ମାନ୍ସୁ ଧୁଲିଆଙ୍କ ଏହି ଚଳଚ୍ଚିତ୍ରରେ ଅଲ୍ଲୀଙ୍କ ସମେତ ଶ୍ରଦ୍ଧା ଶ୍ରୀନାଥ, ଆଶୁତୋଷ ରାଣା, ରିଚା ସିହ୍ନା, ସଂଜୟ ମିଶ୍ର, ସିକନ୍ଦର ଖେର୍ ପ୍ରମୁଖ ଅଭିନୟ କରିଛନ୍ତି। ଏଥିସହ ମୁକ୍ତିଲାଭ କରୁଛି ନୱାଜୁଦ୍ଦିନ୍ ସିଦ୍ଦିକ୍ଙ୍କ ଅଭିନୀତ ‘ଫଟୋଗ୍ରାଫ’। ଏଥିରେ ନୱାଜୁଦ୍ଦିନ୍ଙ୍କୁ ଏକ ଲାଜକୁଳା ଫଟୋଗ୍ରାଫର ଭୂମିକାରେ ଦେଖିବାକୁ ମିଳିବ। ଏଥିସହ କ୍ରିଷ୍ଣାଙ୍କ ଅଭିନୀତ କମେଡି ଫିଲ୍ମ ‘ଶର୍ମାଜୀ କି ଲଗ୍ଗୟି’ ମଧ୍ୟ ପରଦାକୁ ଆସିବ। ମନୋଜ ଶର୍ମାଙ୍କ ନିର୍ଦେଶିତ ଏହି ଚଳଚ୍ଚିତ୍ରରେ ମୁଗ୍ଧ ଗଡ୍ସେ, ବ୍ରିଜେନ୍ଦ୍ର କାଲାଙ୍କ ଅଭିନୟ ଦେଖିବାକୁ ମିଳିବ।
ଫ୍ରାଇଡେ ରିଲିଜ୍, ପରଦାରେ ଫଟୋଗ୍ରାଫ୍ରୁ ବିନ୍ଦି
/sambad/media/post_attachments/wp-content/uploads/2019/03/Untitled-8-11.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)