ଭୁବନେଶ୍ବର: ଆସନ୍ତାକାଲି ପରଦାକୁ ଆସିବ ବଲିଉଡ୍ର ୨ ଚର୍ଚିତ ଚଳଚ୍ଚିତ୍ର। ଗୋଟିଏ ଯୋଦ୍ଧାର ଇତିହାସ ଅନ୍ୟଟି ତୁଙ୍ଗ ରାଜନୈତିକ ନେତାଙ୍କ ଜୀବନୀ। ବିଶେଷକରି କିଛିଦିନ ହେଲା ଚର୍ଚାରେ ରହିଥିବା କଙ୍ଗ୍ଣା ରାଣାୱତଙ୍କ ଅଭିନୀତ ‘ମଣିକର୍ଣ୍ଣିକା-ଦି କ୍ବିନ୍ ଅଫ୍ ଝାନ୍ସି’ ଉପରେ ଅନେକଙ୍କ ନଜର ରହିଛି। ୨୨ ବର୍ଷ ବୟସରେ ଝାନ୍ସିକୁ ବଞ୍ଚାଇବା ପାଇଁ ଯୋଦ୍ଧା ଭାବେ ଆବିର୍ଭାବ ହୋଇଥିବା ଜଣେ ନାରୀ ଯୋଦ୍ଧାର କାହାଣୀ ହିଁ ଚଳଚ୍ଚିତ୍ରର କଥାବସ୍ତୁ। କଙ୍ଗନା ରାଣୀ ଭୂମିକାରେ ଦେଖିବାକୁ ମିଳୁଥିବା ବେଳେ ଅତୁଲ କୁଲକର୍ଣ୍ଣୀ, ଯିଶୁ ସେନ୍ଗୁପ୍ତ, ସୁରେଶ ଓବେରୋଇ, ଡାନି, ବୈଭବ, ଅଙ୍କିତା ଲୋଖାଣ୍ଡେଙ୍କୁ ଦେଖିବାକୁ ମିଳିବ। ଆର୍କେ ଜଗର୍ଲାମୁଦି ଏହାର ନିର୍ଦେଶନା ଦେଇଥିବା ବେଳେ କମଲ ଜୈନ୍ଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ର ପାଇଁ ଉତ୍କଣ୍ଠା ରହିଛି। ସେହିଭଳି ଶିବସେନାର ମୁଖ୍ୟ ବାଲ୍ ଠାକ୍ରେଙ୍କ ଜୀବନ ଗାଥାକୁ ନେଇ ମୁକ୍ତିଲାଭ କରିବ ‘ଠାକ୍ରେ’। ଅଭିଜିତ୍ ପାନ୍ସେଙ୍କ ନିର୍ଦେଶିତ ଏହି ଚଳଚ୍ଚିତ୍ରରେ ନୱାଜୁଦ୍ଦିନ୍ ସିଦ୍ଦିକ୍ ଏବଂ ଅମ୍ରିତା ରାଓ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବେ। ଏଥିସହ ଆସନ୍ତାକାଲି ଏକମାତ୍ର ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ତୁ ମୋ ସୁନା ଚଢ଼େଇ’ ମୁକ୍ତିଲାଭ କରିବ। ତ୍ରିକୋଣୀୟ ପ୍ରେମ କାହାଣୀ ସାଙ୍ଗକୁ ନାଗ ନାଗୁଣୀ କଥାବସ୍ତୁର ଉପସ୍ଥାପନା ଢେର୍ଦିନ ପରେ ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ। ଜ୍ୟୋତି, ଏଲ୍ସା ଓ ଶ୍ରେୟାଙ୍କ ସମେତ ରାଇମୋହନଙ୍କୁ ବିଶେଷ ଭୂମିକାରେ ଦେଖିବାକୁ ମିଳିବ। ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିନୀତ ଚଳଚ୍ଚିତ୍ର ‘ନିମ୍କି’ ୨୩ରୁ ମୁକ୍ତିଲାଭ କରି ଦର୍ଶକଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଛି।
ଫ୍ରାଇଡେ ରିଲିଜ୍, ଫିଲ୍ମରେ ଇତିହାସରୁ ରାଜନୀତି
/sambad/media/post_attachments/wp-content/uploads/2019/01/Untitled-18-16.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)