ଚନ୍ଦ୍ରଶେଖରପୁର: ଇନଫୋସିଟି ଥାନା ଅଧୀନ ଅନ୍ଧାରୁଆ ଜଗନ୍ନାଥ ପ୍ରସାଦ ଚୁନକୋଳି ବସ୍ତିରେ ବିଦ୍ୟୁତ୍ ସର୍ଟସର୍କିଟ ଯୋଗୁଁ ଆଜି ଅପରାହ୍ଣରେ ଭୟଙ୍କର ବିସ୍ଫୋରଣ ଘଟିଛି। ବନ୍ଦ ଘରେ ଥିବା ଏକ ଫ୍ରିଜ୍ରେ ପ୍ରଚଣ୍ଡ ବିସ୍ଫୋରଣ ଘଟିବାରୁ ଘରର ଛାତ ସଂପୂର୍ଣ୍ଣ ଉଡ଼ିଯିବା ସହ କାନ୍ଥ ଫାଟି ଯାଇଛି। ଖାଲି ସେତିକି ନୁହେଁ, ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଆଖପାଖ ଆପାର୍ଟମେଣ୍ଟରେ ଥିବା କିଛି ଘରର ଝରକା ଓ କବାଟ କାଚ ଭାଙ୍ଗିରୁଜି ଯାଇଛି। କିନ୍ତୁ ସୌଭାଗ୍ୟବଶତଃ ଏଥିରେ କେହି ମୃତାହତ ହୋଇନାହାନ୍ତି। ଏପରିକି ବିସ୍ଫୋରଣ ହୋଇଥିବା ଘରେ ମଧ୍ୟ କେହି ନଥିଲେ। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଏହି ବିସ୍ଫୋରଣରେ ଲକ୍ଷାଧିକ ଟଙ୍କାର ବିଭିନ୍ନ ସାମଗ୍ରୀ ସମେତ ଏକ ମୋଟରସାଇକେଲ୍, ଲାପ୍ଟପ୍, କମ୍ପ୍ୟୁଟର୍ ସହ ନଗଦ ଟଙ୍କା ପୋଡ଼ି ଯାଇଥିବା ସୂଚନା ମିଳିଛି। ଏହି ଘଟଣା ଆଜି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳାଇ ଦେଇଛି। ସୂଚନାଯୋଗ୍ୟ, ବିସ୍ଫୋରଣ ଘଟିଥିବା ଘରଟି ବିଜୟ କୁମାର ସାହୁଙ୍କର। ଏହାକୁ ଭଡ଼ାରେ ନେଇ ସେଠାରେ ଏକ ଷ୍ଟୋର ରୁମ୍ କରାଯାଇଥିଲା।
ଭୁବନେଶ୍ୱର: ଫ୍ରିଜ୍ରେ ବିସ୍ଫୋରଣ, ଉଡ଼ିଗଲା ଛାତ; ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପାଉଁଶ
/sambad/media/post_attachments/wp-content/uploads/2018/06/RAJA-CSPUR.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)