ଭୁବେନଶ୍ୱର: ବନ୍ଧୁତ୍ୱ ଦିବସକୁ ନେଇ ଯୁବପିଢ଼ିଙ୍କ ମଧ୍ୟରେ ବେଶ୍ ଉତ୍ସାହ। ତାରକା ହୋଟେଲ୍ଠାରୁ ଆରମ୍ଭ କରି ରେସ୍ତୋରାଁ, କେକ୍ ସପ୍, ସବୁଠି ସ୍ୱତନ୍ତ୍ର ପ୍ରସ୍ତୁତି ଆରମ୍ଭ ହୋଇଛି। ମାନ-ଅଭିମାନ, ରାଗ-ରୁଷା ଓ ପ୍ରେମ-ବିଶ୍ୱାସକୁ ନେଇ ଗଢ଼ି ଉଠିଥିବା ବନ୍ଧୁତ୍ୱକୁ ଆଉ ଦୁଇ ପାଦ ଆଗକୁ ନେବା ପାଇଁ ବନ୍ଧୁମାନେ ନିଜ ନିଜ ପକ୍ଷରୁ ପ୍ରୟାସ ଆରମ୍ଭ କରିଦେଲେଣି। ବିଭିନ୍ନ ତାରକା ହୋଟେଲରେ ବନ୍ଧୁତ୍ୱ ଦିବସ ପାଇଁ ଡିଜେ-ନାଇଟ୍ର ଆୟୋଜନ କରାଯାଇଛି। ଏଠାରେ ଯୁବପିଢ଼ିଙ୍କ ପସନ୍ଦକୁ ନଜରରେ ରଖି ଲଞ୍ଚ ଓ ଡିନର୍ରେ ସ୍ୱତନ୍ତ୍ର ମେନୁ ପ୍ରସ୍ତୁତ କରାଯାଇଛି। ରବିବାର ବନ୍ଧୁତ୍ୱ ଦିବସ ପଡ଼ୁଥିବାରୁ ହୋଟେଲଗୁଡ଼ିକରେ ଆଗୁଆ ବୁକିଂ ହୋଇଯାଇଛି। ମାରିଅନ୍ ହୋଟେଲରେ ମ୍ୟାନେଜର୍ କେ.କେ ସ୍ୱାଇଁ କହନ୍ତି, ବନ୍ଧୁତ୍ୱ ଦିବସ ପାଇଁ ସ୍ୱତନ୍ତ୍ର ବଫେଟ୍ ବ୍ୟବସ୍ଥା କରାଯାଇଛି। ଏହାର ଦାମ୍ ୮୦୦ ଟଙ୍କାରୁ ଆରମ୍ଭ। ସନ୍ଧ୍ୟାରେ ସଙ୍ଗୀତ କାର୍ଯ୍ୟକ୍ରମର ବ୍ୟବସ୍ଥା ହୋଇଛି। ସେହିଭଳି ଅନ୍ୟ ଛୋଟ ଛୋଟ ରୋସ୍ତୋରାଁରେ ବନ୍ଧୁତ୍ୱ ଦିବସ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଇଛି। ପଟିଆ ନିକଟରେ ଥିବା ହୁକି-ଡୁକି ରେସ୍ତୋରାଁରେ ବନ୍ଧୁତ୍ୱ ଦିବସ ଉପଲକ୍ଷେ ର୍ୟାମ୍ପ ସୋ’, ନୃତ୍ୟ ପ୍ରତିଯୋଗିତା କରାଯାଉଛି। ଏଥିରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯିବା ସହ ପ୍ରେମୀଯୁଗଳଙ୍କୁ ‘ମିଷ୍ଟର ଆଣ୍ଡ ମିସେସ୍ ହୁକିଡୁକି’ ଭାବେ ଚୟନ କରାଯିବ। ସେହିପରି ନାମୀଦାମୀ କେକ୍ ସପ୍ରେ ଆଗୁଆ ଅର୍ଡର ଦିଆ ସରିଛି। ବନ୍ଧୁତ୍ୱ ଦିବସ ପାଇଁ ସ୍ୱତନ୍ତ୍ର କେକ୍ ପ୍ରସ୍ତୁତ କରାଯାଇ ନଥିଲେ ମଧ୍ୟ ବିକ୍ରି ଭଲ ଜମିବ ବୋଲି ବହୁ ଦୋକାନୀ ଆଶାବାଦୀ ଅଛନ୍ତି। ପ୍ରତିବର୍ଷ ବନ୍ଧୁତ୍ୱ ଦିବସ ପରି ବିଭିନ୍ନ ଉତ୍ସବରେ କେକ୍ ବିକ୍ରି ବହୁପାରିମାଣରେ ବଢ଼ିଯାଏ ବୋଲି ଆଚାର୍ଯ୍ୟ ବିହାରରେ ଥିବା ପ୍ୟାରିସ୍ ବେକରିର ଏରିଆ ମ୍ୟାନେଜର୍ ସୁବ୍ରତ କୁହନ୍ତି।
ବନ୍ଧୁତ୍ୱ ଦିବସ, କେକ୍ ସପ୍ ଓ ତାରକା ହୋଟେଲ୍ରେ ପ୍ରସ୍ତୁତି
/sambad/media/post_attachments/wp-content/uploads/2018/08/friends-forever-delight-9986670ca-A.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)