ଭୁବନେଶ୍ୱର: ଡିଏଭି ପବ୍ଲିକ୍ ସ୍କୁଲ, ଚନ୍ଦ୍ରଶେଖରପୁରରେ ପୂର୍ବ ବର୍ଷମାନଙ୍କ ପରି ଅଭିଭାବକ ଓ ଶିକ୍ଷକମାନଙ୍କୁ ନେଇ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଚେୟାର୍ମ୍ୟାନ୍ ଏକାଦଶ ୮ ୱିକେଟ୍ରେ ବିଜୟୀ ହୋଇଛି। ଟସ୍ ଜିତି ପ୍ରଥମେ ପ୍ରିନ୍ସିପାଲ୍ ଏକାଦଶ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭର୍ରେ ୯୮ ରନ୍ କରିଥିଲେ। ଜବାବରେ ଚେୟାର୍ମ୍ୟାନ୍ ଏକାଦଶ ୧୩.୫ ଓଭର୍ରେ ମାତ୍ର ୨ ୱିକେଟ୍ ହରାଇ ୧୦୨ ରନ୍ କରି ନେଇଥିଲା।
ଚିନ୍ମୟ ମିଶ୍ର ଶ୍ରେଷ୍ଠ ବ୍ୟାଟର୍, ପ୍ରଦୀପ୍ତ ସ୍ୱାଇଁ ଶ୍ରେଷ୍ଠ ବୋଲର୍ ଏବଂ ବିଜୟୀ ଦଳର ବିବେକାନନ୍ଦ ଦାସଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ବିବେଚିତ କରାଯାଇଥିଲା। ଦିଲୀପ ଜେନା ଓ ଦିଲୀପ ନାୟକ ଏହି ମ୍ୟାଚ୍ରେ ଅମ୍ପାୟାରିଂ କରିଥିଲେ। ସତ୍ୟେନ୍ଦ୍ରନାଥ ରଥ ଓ ଦେବେନ୍ଦ୍ର ପତି ଧାରା ବିବରଣୀ ପ୍ରଦାନ କରିଥିଲେ। ଡିଏଭି ଚନ୍ଦ୍ରଶେଖରପୁରର ନିର୍ବାହୀ ଅଧ୍ୟକ୍ଷା ଇନ୍ଦିରା ଭଟ୍ଟାଚାର୍ଯ୍ୟ ଏହି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚକୁ ଆନୁଷ୍ଠାନିକ ଉଦ୍ଘାଟନ କରିଥିବା ବେଳେ ଡିଏଭି ଆଞ୍ଚଳିକ ନିର୍ଦ୍ଦେଶକ କେ.ସି ଶତପଥୀ ଓ ଡିଏଭି ଚନ୍ଦ୍ରଶେଖରପୁର ଚେୟାରମ୍ୟାନ୍ ଶରତ ଚନ୍ଦ୍ର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ବିଦ୍ୟାଳୟ ସ୍ପୋର୍ଟ୍ସ କମିଟି ଅଧ୍ୟକ୍ଷ ପ୍ରମୋଦ ପାତ୍ର ଧନ୍ୟବାଦ ଦେଇଥିଲେ।