ଯାଯାବର ସଂଗଠନ ପକ୍ଷରୁ ବନ୍ଧୁତ୍ବ ଦିବସ

ଭୁବନେଶ୍ବର: ସ୍ବଚ୍ଛତାର ବାର୍ତ୍ତା ଦେଇ ନିଆରା ଭାବେ ବନ୍ଧୁତ୍ୱ ଦିବସ ପାଳିଛି ଯାଯାବର। ଏହି ଅବସରରେ ପରିବେଶ ସୁରକ୍ଷା ପାଇଁ ଖଣ୍ଡଗିରି ନିକଟ ବସ୍‌ଷ୍ଟାଣ୍ଡକୁ ସାମ୍ବାଦିକ ଭାଇଭଉଣୀମାନେ ସଫା କରିବା ସହ ରାସ୍ତାକଡ଼ରେ ବୃକ୍ଷରୋପଣ କରିଥିଲେ। ସଂଗଠନର ସଦସ୍ୟମାନଙ୍କ ସହ ପ୍ରଥମ ପର୍ଯ୍ୟାୟରେ ସାମ୍ବାଦିକମାନେ ଏହି ସଫେଇ କାର୍ଯ୍ୟରେ ସାମିଲ୍ ହୋଇଥିଲେ।

ସାମ୍ବାଦିକ ମୁକେଶ ପରିଡ଼ାଙ୍କ ନେତୃତ୍ବରେ ସଦସ୍ୟ ମନୋରଞ୍ଜନ ମହାନ୍ତି, ସ୍ମୃତିରଞ୍ଜନ ବିଶ୍ବାଳ, ସତ୍ୟଜିତ୍ ରାଉତ, ଦିଲ୍ଲୀପ ରାଉତ, ସସ୍ମିତା ମଲ୍ଲ, ପ୍ରିୟଦର୍ଶିନୀ ସାହୁ, ସତ୍ୟାନନ୍ଦ ନାୟକ, ନଳିନୀ ରାଉତ, ସମ୍ବିତ ବେହେରା, ଅନୀଲକାନ୍ତ ଦାସ, ଶ୍ରୀରାମ ମହାନ୍ତି, ଅରୂପାନନ୍ଦ ବାରିକ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ। ଆଗାମୀ ଦିନରେ ସଂଗଠନ ତରଫରୁ ସଚେତନତାମୂଳକ କାର୍ଯ୍ୟକ୍ରମ ଜାରି ରହିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର