ମହିଳାଙ୍କ କ୍ରେଡିଟ୍ କାର୍ଡରୁ ଲୁଟିନେଲେ ୧ଲକ୍ଷ ୩୫ହଜାର

ଭୁବନେଶ୍ବର: ଘରେ ନୂଆ କ୍ରେଡିଟ୍ କାର୍ଡ ପହଞ୍ଚିବାର ଦୁଇ ଦିନ ହୋଇଛି। ବ୍ୟାଙ୍କରୁ ଆସିବା ପରେ ପିନ୍ ଜେନେରେଟ୍ ହୋଇ ଘରେ ଥୁଆ ହୋଇଛି। ହେଲେ କାର୍ଡ ଆକ୍ଟିଭ୍‌ କରିବା ଆଳରେ ୧ଲକ୍ଷ ୩୫ ହଜାର ଟଙ୍କା ଲୁଟି ନେଇଛି ସାଇବର ଠକ। ଠକେଇର ଶିକାର ହୋଇଛନ୍ତି ପୁରୀ ସଦର ଥାନା ଅଞ୍ଚଳର ଜଣେ ମହିଳା। ଏ ନେଇ ସେ ପୁରୀ ସଦର ଥାନା ସମେତ କମିସନରେଟ୍ ପୁଲିସ ସାଇବର ସେଲ୍‌ରେ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ, ଗତ ଶୁକ୍ରବାର ଉକ୍ତ ମହିଳାଙ୍କ ନିକଟରେ ଆର୍‌ବିଏଲ୍‌ ବ୍ୟାଙ୍କ୍‌ର ଏକ କ୍ରେଡିଟ୍ କାର୍ଡ ଆସି ପହଞ୍ଚିଲା। ସେ ତାକୁ ଆକ୍ଟିଭ୍ କରି ବ୍ୟବହାର ନକରି ପାଖରେ ରଖିଥିଲେ।

ଗତକାଲି ମଧ୍ୟାହ୍ନରେ ତାଙ୍କ ପାଖକୁ ଜଣେ ଅଣଓଡ଼ିଆ ବ୍ୟକ୍ତି ଫୋନ୍ କରି ନିଜକୁ ଆରବିଏଲ୍ ବ୍ୟାଙ୍କ କର୍ମଚାରୀ ବୋଲି କହିଥିଲେ। କାର୍ଡ ସମ୍ବନ୍ଧୀୟ ସମସ୍ତ ତଥ୍ୟ ତାଙ୍କୁ କହିଥିଲେ, ତେଣୁ ମହିଳାଜଣକ ତାଙ୍କୁ ଠକ ବୋଲି ସନ୍ଦେହ କରିନଥିଲେ। କାର୍ଡ ଆକ୍ଟିଭେଟ୍ କରିବା ପାଇଁ ଲାଇନ୍‌ରେ ରହିବାକୁ କୁହାଯାଇଥିଲା। ସେହି ସମୟରେ ମୋବାଇଲ୍‌ ହ୍ୟାକ୍ ହୋଇଯାଇଥିବା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି। ମୋବାଇଲ୍‌କୁ ଲଗାତର ଓଟିପି ଆସିଥିଲା। ମହିଳାଙ୍କଠାରୁ ଠକ ଜଣକ ଓଟିପି ମାଗିନଥିଲେ। କିନ୍ତୁ ତାଙ୍କ ଆକାଉଣ୍ଟରୁ ପର୍ଯ୍ୟାୟକ୍ରମେ ୧ଲକ୍ଷ ୩୫ହଜାର ଟଙ୍କା କଟି ଯାଇଥିଲା।

ସମ୍ବନ୍ଧିତ ଖବର