ଆଜିଠାରୁ ଟ୍ରେନିଂ, ୯ ଅଫିସରଙ୍କୁ ପ୍ରଶିକ୍ଷଣ ଦେବେ ମାଷ୍ଟର ଟ୍ରେନର

ଭୁବନେଶ୍ବର: ପୌର ନିର୍ବାଚନ ସୁପରିଚାଳନା ପାଇଁ ପ୍ରିଜାଇଡିଂ ଅଫିସର, ପୁଲିଂ ଅଫିସରମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। ଏହି ଅଫିସରମାନଙ୍କୁ ପ୍ରଶିକ୍ଷଣ ଦେବାପାଇଁ ଆସନ୍ତାକାଲିଠାରୁ ୯ ଜଣ ପ୍ରଶିକ୍ଷଣ ନେବେ। ଏହି ୯ଜଣଙ୍କୁ ୩ମାଷ୍ଟର ଟ୍ରେନର ପ୍ରଶିକ୍ଷଣ ଦେବେ। ବିଜେବି କଲେଜରେ ୫ ଦିନ ଧରି ଏହି ପ୍ରଶିକ୍ଷଣ ଚାଲିବ। ମାଷ୍ଟର ଟ୍ରେନରମାନେ ହେଉଛନ୍ତି ଡେପୁଟି କମିସନର କମଳାକାନ୍ତ ବେହେରା, ପୁରନ୍ଦର ନନ୍ଦ ଓ ସହକାରୀ ଜିଲ୍ଲାପାଳ ସମୀର କୁମାର ଦାସ। ଟ୍ରେନିଂ ନେବା ପାଇଁ ଯାଉଥିବା ଅଧିକାରୀମାନେ ହେଉଛନ୍ତି ଲାଲନ ସାହୁ, ନାରାୟଣ ନାୟକ, ମୃତ୍ୟୁଞ୍ଜୟ ତ୍ରିପାଠୀ, ସ୍ନେହଲତା ଆଚାର୍ଯ୍ୟ, ସରୋଜ ପଣ୍ଡା, ସଂଯୁକ୍ତା ସ୍ବାଇଁ, ରମେଶ ସେଠୀ, ଶିବାଶିଷ ପରିଡ଼ା ଓ ଗାୟତ୍ରୀ ସାମନ୍ତରାୟ। ଏମାନେ ପ୍ରଶିକ୍ଷଣ ନେବା ପରେ ହଜାରେରୁ ଊର୍ଦ୍ଧ୍ବ ପ୍ରିଜାଇଡିଂ ଓ ପୁଲିସ ଅଫିସରଙ୍କୁ ଟ୍ରେନିଂ ଦେବେ।

ସମ୍ବନ୍ଧିତ ଖବର