ଭୁବନେଶ୍ବର: ରବିବାର ସଂଧ୍ୟାରେ ଭୁବନେଶ୍ବରର ଉତ୍କଳ ମଣ୍ଡପଠାରେ ହରିଭାଇ କମେଡି କ୍ଲବ୍‌ ପକ୍ଷରୁ ‘ଫନ୍‌ ଆଣ୍ଡ୍‌ ଫେଲିସେସନ୍‌’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଜ୍ଞା ରଞ୍ଜନ ଖଟୁଆଙ୍କ ଦ୍ବାରା ଲିଖିତ ହାସ୍ୟ ରସାତ୍ମକ ନାଟକ ‘ଲଙ୍କେଶ୍ବର’ ପରିବେଷଣ କରାଯାଇଥିଲା।

Advertisment

ଦୀର୍ଘ ୪ରୁ ୫ ବର୍ଷ ହେବ ହାସ୍ୟାଭିନେତା ହରିହର ମହାପାତ୍ରଙ୍କ ପ୍ରଚେଷ୍ଟାରେ ଏପରି ଏକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପ୍ରାୟ ୬୦ ଜଣ କଳାକାର ମିଶି ଦର୍ଶକଙ୍କ ମନୋରଞ୍ଜନ ସକାଶେ ହାସ୍ୟ ନାଟକ ପରିବେଷଣ କରି ଆସୁଛନ୍ତି।

publive-image

ଏହି କ୍ଲବ୍‌ କେବଳ ମନୋରଞ୍ଜନ ନୁହେଁ ବରଂ ସାମାଜିକ କାର୍ଯ୍ୟ ସହ ବି ଜଡ଼ିତ। କ୍ଲବ ପକ୍ଷରୁ ସିନେମା, ରଂଗମଞ୍ଚ, ଯାତ୍ରା ଓ କଳାର ବିଭିନ୍ନ କ୍ଷେତ୍ରରେ ଯେଉଁ କଳାକାରମାନେ ହାସ୍ୟ ଅଭିନୟ କରି ଜୀବନବ୍ୟାପୀ ସାଧନା କରିଛନ୍ତି ସେମାନଙ୍କୁ ମାସିକ ୧୦୦୦ ଟଙ୍କା ଲେଖାଏ ଭତ୍ତା ପ୍ରଦାନ କରାଯାଉଛି। ଏବେ ସୁଦ୍ଧା ହରିଭାଇ କମେଡି କ୍ଲବ୍‌ ପକ୍ଷରୁ ୭ ଜଣ ହାସ୍ୟାଭିନେତା ଓ ହାସ୍ୟାଭିିନେତ୍ରୀଙ୍କୁ ମାସିକ ଭତ୍ତା ପ୍ରଦାନ କରାଯାଉଛି। ଚଳିତବର୍ଷ କ୍ଲବ ପକ୍ଷରୁ ଅଭିନେତ୍ରୀ ବିନୋଦିନୀ ଦେବୀ ଓ କୁନି ଦେବୀଙ୍କୁ ଏହି ଭତ୍ତା ପ୍ରଦାନ କରାଯିବାର ଯୋଜନା ହେଉଛି ବୋଲି ସୂଚନା ରହିଛି।

କେବଳ ସେତିକି ନୁହେଁ, ଆସନ୍ତା ଜାନୁଆରିରୁ ହରିଭାଇ କ୍ଲବ୍‌ ଅଭିନୟ ପାଇଁ ଏକ ସ୍କୁଲ୍‌ ଖୋଲିବାର ଯୋଜନା କରିଛି। ଏହି ଆକ୍ଟିଂ ସ୍କୁଲ୍‌ରେ ପିଲାରୁ ନେଇ ବୟସ୍କ ପର୍ଯ୍ୟନ୍ତ ଅଭିନୟ ଶିକ୍ଷା ଲାଭ କରିପାରିବେ।