ବାପାଙ୍କ ଶବ ସତ୍କାରରେ ବିଳମ୍ବ, ଭିଡିଓ ଭାଇରାଲ୍ କଲେ ପୁଅ

ଭୁବନେଶ୍ୱର : କରୋନାରେ ମୃତ୍ୟୁବରଣ କରିଥିବା ଜଣେ ବ୍ୟକ୍ତିଙ୍କ ଶବ ସତ୍କାର ବିଳମ୍ବିତ ହେଉଥିବା ଅଭିଯୋଗ କରି ତାଙ୍କ ପୁଅ ଏକ ଭିଡିଓ ଭାଇରାଲ୍‌ କରିଛନ୍ତି। ଗତ ୨୨ ତାରିଖରୁ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲେ ହେଁ ପ୍ରଶାସନ ସତ୍କାର ନ କରି ଆଜି ପର୍ଯ୍ୟନ୍ତ ଶବ ସଂରକ୍ଷଣ ଗୃହରେ ରଖିଛନ୍ତି ବୋଲି ପୁଅ କହିଛନ୍ତି। ତେଣୁ ବାପାଙ୍କ ଶୁଦ୍ଧି କ୍ରିୟା ପାଇଁ ସେ ବ୍ୟାକୁଳ ହୋଇ ଭିଡିଓ ବାର୍ତ୍ତା ଯୋଗେ ପ୍ରଶାସନକୁ ଅନୁରୋଧ କରିଛନ୍ତି। ଭାଇରାଲ୍‌ ଭିଡିଓ ଅନୁସାରେ ଗତ ସପ୍ତାହରେ ଗଞ୍ଜାମର ବି.ସାଇବ ପାତ୍ର ରାଜଧାନୀର ଏକ କୋଭିଡ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତର ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଗତ ୨୨ ତାରିଖ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା। ପରିବାର ଲୋକଙ୍କୁ ପ୍ରଶାସନ ପକ୍ଷରୁ ୨୩ ତାରିଖ ସକାଳେ ଫୋନ୍ ଯୋଗେ ସୂଚନା ଦିଆଯାଇଥିଲା। ମୃତକଙ୍କ ପୁଅଙ୍କ ଅଭିଯୋଗ ଅନୁସାରେ ଆଜି ପର୍ଯ୍ୟନ୍ତ ତାଙ୍କ ବାପାଙ୍କ ଶବ ସତ୍କାର କରାଯାଇନାହିଁ। ପୁଅର ଦାୟିତ୍ବ ହିସାବରେ ମୁଖାଗ୍ନି ଦେବା ପାଇଁ ତାଙ୍କୁ ସରକାର ସୁଯୋଗ ଦିଅନ୍ତୁ ବୋଲି ସେ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର