ଭୁବନେଶ୍ୱର: ଜି୨୦ ସଦସ୍ୟ ରାଷ୍ଟ୍ର, ନିମନ୍ତ୍ରିତ ରାଷ୍ଟ୍ର ଏବଂ ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମାନେ ଜି୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକରେ ଅଂଶଗ୍ରହଣ କରିବା ଲାଗି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଏଥିପୂର୍ବରୁ ମଧ୍ୟପ୍ରଦେଶର ଖଜୁରୋହୋଠାରେ ପ୍ରଥମ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକ ଆୟୋଜିତ ହୋଇଥିଲା । ଏହାପରେ ଦୁଇ ମାସ ଧରି ବିଶେଷଜ୍ଞମାନଙ୍କ ଦ୍ୱାରା ବୈଶ୍ୱିକ ବିଷୟବସ୍ତୁ ଉପରେ ଆଧାରିତ ୱେବିନାରରେ ବ୍ୟାପକ ବିଚାରବିମର୍ଶ କରାଯାଇଥିଲା । ଏଥିରୁ ପ୍ରାପ୍ତ ପରିଣାମକୁ ଆଗକୁ ବଢ଼ାଇବା ଉପରେ ଦ୍ୱିତୀୟ ସଂସ୍କୃତି କାର୍ଯ୍ୟଗୋଷ୍ଠୀରେ ଲକ୍ଷ୍ୟ ନିର୍ଦ୍ଧାରଣ କରାଯାଇଛି । ଏହି ବୈଠକରେ ଚାରିଟି ପ୍ରାଥମିକତା କ୍ଷେତ୍ର ଯଥା : ସାଂସ୍କୃତିକ ସମ୍ପତ୍ତିର ସଂରକ୍ଷଣ ଏବଂ ପୁନଃପ୍ରତିଷ୍ଠାନ୍ତ ଦୀର୍ଘସ୍ଥାୟୀ ଭବିଷ୍ୟତ ପାଇଁ ଜୀବନ୍ତ ଐତିହ୍ୟର ଉପଯୋଗନ୍ତ ସଂସ୍କୃତି ଏବଂ ସୃଜନଶୀଳ ଉଦ୍ୟୋଗ ଓ ଅର୍ଥବ୍ୟବସ୍ଥାର ପ୍ରୋତ୍ସାହନନ୍ତ ଏବଂ ସଂସ୍କୃତିର ସୁରକ୍ଷା ଓ ସଂରକ୍ଷଣ ପାଇଁ ଡିଜିଟାଲ ପ୍ରଯୁକ୍ତିର ଉପଯୋଗ ଉପରେ ଧ୍ୟାନ ଦିଆଯିବ । ବୈଠକ ଅବସରରେ ଗଣମାଧ୍ୟମକୁ ସମ୍ବୋଧିତ କରି କେନ୍ଦ୍ର ସଂସ୍କୃତି, ପର୍ଯ୍ୟଟନ ମନ୍ତ୍ରୀ ଜି. କିଶନ ରେଡ୍ଡୀ ଭାରତର ଜି୨୦ ଅଧ୍ୟକ୍ଷତା ଅଧୀନରେ ବିଷୟବସ୍ତୁ ‘ବସୁଧୈବ କୁଟୁମ୍ବକମ ଏବଂ ଲାଇଫ-ଲାଇଫଷ୍ଟାଇଲ୍ ଫର ଏନଭାଇରନ୍ ମେଣ୍ଟ ବା ପରିବେଶ ପାଇଁ ଜୀବନଶୈଳୀ ବିଷୟରେ ଆଲୋକପାତ କରିଥିଲେ ।
କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ଏହା ସାରା ବିଶ୍ୱକୁ ଏକ ପରିବାର ଭାବେ ବିବେଚନା କରିବା ଏବଂ ପରିବେଶ ସ୍ଥାୟିତ୍ୱ ଉପରେ ଧ୍ୟାନ କେନ୍ଦ୍ରିତ କରୁଛି ଏବଂ ଉଭୟ ବ୍ୟକ୍ତିଗତ ଜୀବନଶୈଳୀ ଏବଂ ଜାତୀୟ ବିକାଶ ସ୍ତରରେ ଉତ୍ତରଦାୟୀ ନିଷ୍ପତ୍ତି ନେବା ଉପରେ ଗୁରୁତ୍ୱ ଦେଉଛି । ଆଜିର ବୈଠକର ଏଜେଣ୍ଡା ସମ୍ପର୍କରେ ଆଲୋଚନା କରି ସେ କହିଥିଲେ ଯେ ଏହି ବୈଠକରେ ଚାରିଟି ପ୍ରାଥମିକତା କ୍ଷେତ୍ର ଯଥା : ସାଂସ୍କୃତିକ ସମ୍ପତ୍ତିର ସଂରକ୍ଷଣ ଏବଂ ପୁନଃପ୍ରତିଷ୍ଠାନ୍ତ ଦୀର୍ଘସ୍ଥାୟୀ ଭବିଷ୍ୟତ ପାଇଁ ଜୀବନ୍ତ ଐତିହ୍ୟର ଉପଯୋଗନ୍ତ ସଂସ୍କୃତି ଏବଂ ସୃଜନଶୀଳ ଉଦ୍ୟୋଗ ଓ ଅର୍ଥବ୍ୟବସ୍ଥାର ପ୍ରୋତ୍ସାହନନ୍ତ ଏବଂ ସଂସ୍କୃତିର ସୁରକ୍ଷା ଓ ସଂରକ୍ଷଣ ପାଇଁ ଡିଜିଟାଲ ପ୍ରଯୁକ୍ତିର ଉପଯୋଗ ଉପରେ ଧ୍ୟାନ ଦିଆଯାଇଛି ।
କେନ୍ଦ୍ର ମନ୍ତ୍ରୀ ଆହୁରି କହିଥିଲେ ଯେ, ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ, ଯୁଗ୍ମ ଐତିହ୍ୟ ସଂରକ୍ଷଣ ପ୍ରକଳ୍ପ ଏବଂ ପାରସ୍ପରିକ ସାଂସ୍କୃତିକ ବିଚାର ବିମର୍ଶ ଭଳି ସହଭାଗୀ କାର୍ଯ୍ୟକ୍ରମକୁ ନେଇ ବିଚାରବିମର୍ଶ କରାଯିବା ଯଦ୍ଦ୍ୱାରା ଆପୋସ ସମ୍ପର୍କ ବଢ଼ାଇବା ଏବଂ ଅଧିକ ସହନଶୀଳ ତଥା ପରସ୍ପର ସହ ସଂଯୁକ୍ତ ସମୁଦାୟ ବିକଶିତ କରାଯାଇପାରିବ । ଗଣମାଧ୍ୟମକୁ ସମ୍ବୋଧିତ କରି କେନ୍ଦ୍ର ସଂସ୍କୃତି ଓ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହି ଅବସରରେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦାୟିତ୍ୱ ଗ୍ରହଣ କରିବା ପରେ ସଂସ୍କୃତି ସମ୍ପତ୍ତିର ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି । ସେ ଆହୁରି କହିଥିଲେ ଯେ, ଦୀର୍ଘସ୍ଥାୟୀ ଭବିଷ୍ୟତ ଏବଂ ପରବର୍ତ୍ତୀ ପିଢ଼ିର ଉତ୍ତରାଧିକାରକୁ ନେଇ ଆଲୋଚନା ହେବ । ସାଂସ୍କୃତିକ ସ୍ଥଳୀଗୁଡ଼ିକୁ ଆର୍ଥିକ କାର୍ଯ୍ୟକଳାପ ଏବଂ ପର୍ଯ୍ୟଟନ ସହିତ ଯୋଡ଼ାଯିବା ଉଚିତ୍ ଯାହାଫଳରେ ସ୍ଥାନୀୟ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ଏସବୁ କ୍ଷେତ୍ରରେ ପ୍ରଯୁକ୍ତିର ପ୍ରୋତ୍ସାହନ ଉପରେ ମଧ୍ୟ କେନ୍ଦ୍ର ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସଂସ୍କୃତି ମନ୍ତ୍ରଣାଳୟର ଯୁଗ୍ମ ସଚିବ ତଥା ସଂସ୍କୃତି କାର୍ଯ୍ୟଗୋଷ୍ଠୀର ସହ-ଅଧ୍ୟକ୍ଷ ଲିଲୀ ପାଣ୍ଡେୟ କହିଥିଲେ ଯେ, ଆମ ରାଷ୍ଟ୍ରଗୁଡ଼ିକୁ ଏକଜୁଟ କରିବା ଏବଂ ବିଶ୍ୱସ୍ତରରେ ସଦଭାବନା ସୃଷ୍ଟି କରିବା ଲାଗି ସଂସ୍କୃତିର ଶକ୍ତିକୁ ଉପଯୋଗ କରିବା ନିମନ୍ତେ ଜି୨୦ ଦେଶ, ଅତିଥି ରାଷ୍ଟ୍ର ଏବଂ ଅନ୍ତର୍ଜାତୀୟ ସଂଗଠନଗୁଡ଼ିକର ସହଭାଗୀ ସାମର୍ଥ୍ୟକୁ ଉପଯୋଗ କରିବା ନେଇ ଆଲୋଚନା ହେବ ।