ଚନ୍ଦ୍ରଶେଖରପୁର: ନିର୍ଧାରିତ ସମୟରେ ପିଲାକୁ ଘରେ ନ ପହଞ୍ଚାଇବାରୁ ଜଣେ ଆଭିଭାବକ ଏକ ଘରୋଇ ସ୍କୁଲ୍ ବସ୍ ଚାଳକଙ୍କୁ ଆଜି ସକାଳେ ନିସ୍ତୁକ ମାଡ଼ ମାରିଛନ୍ତି। ଏ ଥିରେ ବସ୍ ଚାଳକ କାଳନ୍ଦୀ ବେହେରାଙ୍କ ନାକ ଓ ଆଖିପତା ଫାଟିଯାଇଛି। ତାଙ୍କୁ ପଟିଆ ନିକଟସ୍ଥ ଏକ ଘରୋଇ ହସ୍ପିଟାଲ୍ରେ ଭର୍ତି କରାଯାଇଛି। ଏନେଇ ଗାଡ଼ି ଚାଳକ ଜଣଙ୍କ ସ୍ଥାନୀୟ ଥାନାରେ ଅଭିଯୋଗ ଦେବାରୁ ଅଭିଭାବକଙ୍କୁ ପିସିଆର୍ ଥାନାକୁ ନେଇଥିଲା। ପରେ ଏହି ଘଟଣାନେଇ ସ୍କୁଲ୍ କର୍ତୃପକ୍ଷଙ୍କ ସହ ଆଲୋଚନା କରାଯିବାରୁ ଘଟଣାର ଆପାସ ସମାଧାନ କରାଯାଇଥିଲା। ସୂଚନାଅନୁଯାୟୀ କଳାରାହାଙ୍ଗ ଅଞ୍ଚଳରେ ଥିବା ଏକ ଘରୋଇ ସ୍କୁଲ୍ରେ ପଢ଼ୁଥିବା ଜଣେ ୪ବର୍ଷର ଛାତ୍ର ଆଜି ସାକଳେ ସ୍କୁଲ୍ ଯାଇ ୧୧ଟା ପୂର୍ବରୁ ଫେରି ନଥିଲା। ଏ ନଇ ପରିବାର ଲୋକ ବସ୍ ଚାଳକଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ସନ୍ତୋଷଜନକ ଉତ୍ତର ପାଇ ନଥିଲେ। ପ୍ରାୟ ମଧ୍ୟାହ୍ନ ସାଢ଼େ ବାରଟା ବେଳେ କାଳନ୍ଦୀ ପିଲାଟିକୁ ଘରେ ଛାଡ଼ିଥିଲେ। ପିଲାଟିର ବାପା ବିଳମ୍ବ ହେବାର କାରଣ ପଚାରିବାରୁ ସେ ଚକା ଲିକ୍ ଥିବା କହିଥିଲେ। ମାତ୍ର ଅଭିଭାବକ ଜଣଙ୍କ ରାଗିଯାଇ କାଳନ୍ଦୀକୁ ମାଡ଼ ମରିଥିଲେ।
ସ୍କୁଲ୍ ବସ୍ ଚାଳକଙ୍କୁ ଅଭିଭାବକଙ୍କ ମାଡ଼
/sambad/media/post_attachments/wp-content/uploads/2018/02/childSafety-schoolbussafety-1024x500-1024x500.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)