ଚନ୍ଦ୍ରଶେଖରପୁର : ଆରମ୍ଭ ହୋଇଛି ମା’ଗଜଲକ୍ଷ୍ମୀଙ୍କ ପୂଜା। ଏନେଇ ରାଜଧାନୀର ଉତ୍ତର ଭୁବନେଶ୍ୱର ଅଞ୍ଚଳରେ ଥିବା କିଛି ଲକ୍ଷ୍ମୀ ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ଼ ଜମିବାକୁ ଲାଗିଥିଲା। ଉକ୍ତ ଅଞ୍ଚଳର ଚନ୍ଦ୍ରଶେଖରପୁର ଡିଷ୍ଟ୍ରକ୍ଟ ସେଣ୍ଟର୍ ଓନସ୍ର୍ ଆସୋସିଏସନ୍ ଓ ବିଡିଏ କଲୋନିରେ ବ୍ୟବସାୟୀ ସଂଘ ପକ୍ଷରୁ ଧୁମ୍ଧାମରେ ମା’ଙ୍କ ପୂଜା କରାଯାଇଥାଏ। ଉଭୟ ମଣ୍ଡପ ନିକଟରେ ରାତି ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିବା ଦେଖାଯାଇଥିଲା। ବିଡିଏ କଲୋନିରେ ଦର୍ଶକଙ୍କ ମନୋରଂଜନ ପାଇଁ ମୀନା ବଜାର ପଡ଼ିଥିବା ବେଳେ ବିଡିଏ, ଶୈଳଶ୍ରୀବିହର ଓ ଶିଖରଚଣ୍ଡୀ ପୂଜା ମଣ୍ଡପ ନିକଟରେ ଆଜିଠାରୁ ଆରମ୍ଭ ହୋଇଛି ସଂସ୍କୃତିକ କାର୍ଯ୍ୟକ୍ରମ ଭଜନ ସନ୍ଧ୍ୟା। ସେହିଭଳି ରାଜଧାନୀ ଉପକଣ୍ଠ ଭୋଟପଡ଼ାରେ ଲକ୍ଷ୍ମୀପୂଜା ମଣ୍ଡପରେ କିଛିଟା ନିଆରା ଢଙ୍ଗରେ ପୂଜା ଅନୁଷ୍ଠିତ ହେଉଛି। ଏଠାରେ ଧନଲକ୍ଷ୍ମୀ ପ୍ରତିମା ପୂଜା ପାଉଛନ୍ତି। ଏନେଇ ସ୍ଥାନୀୟ ଅଞ୍ଚଳରେ ପାଞ୍ଚ ପଞ୍ଚାୟତର ଶତାଧିକ ଲୋକଙ୍କ ଭିଡ଼ ଜମୁଛି। ଗ୍ରାମବାସୀଙ୍କ ସମେତ ମାନସିକଧାରି ଆଜି ସନ୍ଧ୍ୟାରେ ନିକଟ ନଦୀରୁ ପାଣି ଆଣି ପୂଜା ମଣ୍ଡପରେ ସ୍ଥାପନା କରିବା ପରେ ପୂଜାକାର୍ଯ୍ୟ ଆରମ୍ଭ ହୋଇଥିଲା। ସେହିଭଳି ଇନ୍ଫୋସିଟି ଅଧୀନ ପଥର ଗାଡ଼ିଆ ଗ୍ରାମରେ ଲକ୍ଷ୍ମୀ ପୂଜା ଆଡ଼ମ୍ବରରେ ପାଳିତ ହେଉଛି। ମବାସୀମାନେ ମିଳିମିଶି ଏହି ପୂଜା କରିବା ପଛରେ ଗ୍ରାମରେ କେବେବି ଅଭାବ ଅନାଟନ ଦେଖାଯିବ ନାହିଁ ବୋଲି ବିଶ୍ୱାସ ରହିଛି। ଏସବୁ ବଡ଼ ପୂଜା ମଣ୍ଡପକୁ ଛାଡ଼ିଦେଲେ ଆଜିଠାରୁ ଉକ୍ତ ଅଞ୍ଚଳରେ ଥିବା ତିନିଟି ଲକ୍ଷ୍ମୀ ମନ୍ଦିର କିସ୍ ଶ୍ରୀବାଣୀ କ୍ଷେତ୍ର ଲକ୍ଷ୍ମୀ ମନ୍ଦିର, ଚନ୍ଦ୍ରଶେଖରପୁର ଲକ୍ଷ୍ମୀ ମନ୍ଦିର ଓ ମଞ୍ଚେଶ୍ୱର ଲକ୍ଷ୍ମୀ ମନ୍ଦିରରେ ପୂଜା ଅନୁଷ୍ଠିତ ହୋଇଥିଲା। ପୂଜା ପାଣ୍ଡାଲରେ ରାତିରେ ମା’ଲକ୍ଷ୍ମୀଙ୍କ ପୂଜା ହେଉଥିବା ବେଳେ ମନ୍ଦିର ଗୁଡ଼ିକରେ ମଧ୍ୟାହଣ୍ରୁ ପୂଜା ଆରମ୍ଭ ହୋଇଥିଲା।
ରଘୁନାଥପୁରରେ ଗଜଲକ୍ଷ୍ମୀ ପୂଜା
ବାରଙ୍ଗ : ରଘୁନାଥପୁରରେ ୨୬ତମ ବାର୍ଷିକ ଗଜଲକ୍ଷ୍ମୀ ପୂଜା ଗୁରୁବାରଠାରୁ ଆରମ୍ଭ ହୋଇଛି। ମଧ୍ୟାହ୍ନରେ ଶିଖରଚଣ୍ଡୀ ପୋଖରୀରୁ କଳସ ଶୋଭାଯାତ୍ରାରେ ଜଳ ଉତ୍ତୋଳନ କରାଯିବା ପରେ ପୂଜା ମଣ୍ଡପରେ କୁମ୍ଭ ସ୍ଥାପନ କରାଯାଇଥିଲା। ମା’ଙ୍କ ଚାନ୍ଦି ଖଚିତ ମୃଣ୍ମୟ ପ୍ରତିମାଙ୍କ ଚକ୍ଷୁ ଦାନ ପୂର୍ବକ ପୂଜା ଆରମ୍ଭ କରାଯାଇଥିଲା। ଆଗାମୀ ୧୧ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଉତ୍ସବରେ ପ୍ରତିଦିନ ପ୍ରସାଦ ବ୍ୟବସ୍ଥା କରାଯାଇଛି ଓ ସାନ୍ଧ୍ୟ ଅଧିବେଶନରେ ଭଜନ, କୀର୍ତ୍ତନ, ମେଲୋଡି ଓ ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଗ୍ରାମ ପୂଜା କମିଟ୍ର ସଭାପତି ସୁବାସ ଚନ୍ଦ୍ର ପାତ୍ର, ଉପ-ସଭାପତି କେଶବ ପାତ୍ର ଓ ରଘୁନାଥପୁର ଗ୍ରାମବାସୀମାନଙ୍କ ମିଳିତ ଉଦ୍ୟମରେ ପୂଜା ଅନୁଷ୍ଠିତ ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/MADHU-Distick-Center-Laxmipuja.jpg)