ଭୁବନେଶ୍ୱର : ରାଜ୍ୟ ସରକାର ମୋଟ ୧୮ ହଜାର ୪୧୪ଜଣ ଗଣ ଶିକ୍ଷକଙ୍କୁ ନିୟମିତ କରି ଏଲିମେଣ୍ଟାରି କ୍ୟାଡ୍ରଭୁକ୍ତ କରିଛନ୍ତି। ଗଣଶିକ୍ଷକମାନଙ୍କ ଦୀର୍ଘ ଦିନର ଏହି ଦାବିକୁ ସରକାର ଗ୍ରହଣ କରିଥିବାରୁ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରଶଂସା କରାଯିବା ସହ କୃତଜ୍ଞତା ଜ୍ଞାପନ କରାଯାଇଛି। ଦୀର୍ଘ କାଳ ଧରି ବିଦ୍ୟାଳୟମାନଙ୍କରେ ନିୟମିତ ଶିକ୍ଷାଦାନ କରି ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ ଅଂଶ ହୋଇଥିବା ସତ୍ତ୍ୱେ ଗଣଶିକ୍ଷକ ଭଳି ଏକ ପଦବୀ ସେମାନଙ୍କ ମର୍ଯ୍ୟାଦାକୁ କ୍ଷୁଣ୍ଣ କରୁଥିଲା। ନିୟମିତ ଶିକ୍ଷକମାନଙ୍କ ସହ ସମାନ ଭାବେ କାମ କରୁଥିଲେ ବି ସେମାନଙ୍କୁ କମ୍ ଦରମା ପ୍ରଦାନ କରାଯିବା ସହ ଶିକ୍ଷକ ମାନ୍ୟତାରୁ ବଞ୍ଚିତ କରାଯାଉଥିଲା। ତେବେ ଦୀର୍ଘ ଦିନ ପରେ ସରକାର ସେମାନଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିଥିବାରୁ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ରାଜ୍ୟ ସରକାରଙ୍କୁ ସାଧୁବାଦ ଜଣାଇଛନ୍ତି। ଏ ନେଇ ଫେଡେରେସନ୍ର ସଭାପତି ତ୍ରିଲୋଚନ ନାୟକ ଓ ସାଧାରଣ ସମ୍ପାଦକ କାହ୍ନଚରଣ ମହାନ୍ତି ଏକ ବିବୃତ୍ତିରେ ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ଗଣଶିକ୍ଷକ ସଂଘର କର୍ମକର୍ତ୍ତାମାନଙ୍କୁ ମଧ୍ୟ ଫେଡେରେସନ୍ ପକ୍ଷରୁ ଧନ୍ୟବାଦ ଦିଆଯାଇଛି।
ସରକାରଙ୍କୁ କୃତଜ୍ଞତା ଜଣାଇଲେ ଗଣଶିକ୍ଷକ
/sambad/media/post_attachments/wp-content/uploads/2018/01/gana-sikhak.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)