ସହରାଞ୍ଚଳ ଫାଇନାଲରେ ଜଗା ୟୁନାଇଟେଡ୍‌

ସର୍ବଭାରତୀୟ ଗଣ୍ଡରପୁର କପ୍ ଫୁଟବଲ

ବାରଙ୍ଗ/ତ୍ରିଶୁଳିଆ: ଗଣ୍ଡରପୁର ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ୍‌ରେ ଚାଲିଥିବା ସର୍ବଭାରତୀୟ ଗଣ୍ଡରପୁର କପ୍‌ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟର ସହରାଞ୍ଚଳ ବିଭାଗରେ ଜଗା ୟୁନାଇଟେଡ୍ ଦଳ ଫାଇନାଲକୁ ପ୍ରବେଶ କରିଛି। ସେମି ଫାଇନାଲରେ କଟକର ମା’ ମଙ୍ଗଳା କ୍ଲବ୍‌କୁ ୦-୧ରେ ହରାଇ ଏହି ଯୋଗ୍ୟତା ହାସଲ କରିଛି। ଗ୍ରାମାଞ୍ଚଳ ବିଭାଗରେ ମଧ୍ୟ ଆଜି ଦୁଇଟି କ୍ବାର୍ଟର୍‌ ଫାଇନାଲ ଖେଳା ଯାଇଥିଲା। ପ୍ରଥମ ମ୍ୟାଚ୍‌ରେ ମା’ ମଙ୍ଗଳା କ୍ଲବ୍ ଗୋଠପୁର ୨-୦ ଗୋଲରେ ସୁପ୍ରିମ କ୍ଲବ୍ ବରାହୀପୁରକୁ ପରାସ୍ତ କରିଥିଲା।

ଗ୍ରାମାଞ୍ଚଳ ସେମିରେ ମା’ ମଙ୍ଗଳା ଓ ବଜରଙ୍ଗବାଲୀ

ସେହିପରି ଦ୍ବିତୀୟ ମ୍ୟାଚ୍‌ରେ ବଜରଙ୍ଗବାଲୀ କ୍ଲବ୍‌, ଘାଟିକିଆ ଦଳ ଟାଇବ୍ରେକର୍‌ରେ ୫-୪ଗୋଲରେ ସ୍ବର୍ଣ୍ଣଦେବୀ କ୍ଲବ୍ ବଉଳକୁଦକୁ ପରାସ୍ତ କରିଥିଲା। ଉଭୟ ମା’ ମଙ୍ଗଳା ଓ ବଜରଙ୍ଗବାଲୀ ସେମିଫାଇନାଲକୁ ପ୍ରବେଶ କରିଛନ୍ତି। ଆଜିର ମ୍ୟାଚ୍‌ରେ ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥୀ ମୁଖ୍ୟ ଅତିଥି ଭାବେ ‌ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଆସନ୍ତାକାଲି (ଶନିବାର) ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ତିନିଟି ସେମିଫାଇନାଲ ଖେଳାଯିବ।

ସମ୍ବନ୍ଧିତ ଖବର