ବାରଙ୍ଗ: ଗଣ୍ଡରପୁର ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ୍ରେ ଚାଲିଥିବା ଫୁଟ୍ବଲ ପ୍ରତିଯୋଗିତାର ସୋମବାର ଅନୁଷ୍ଠିତ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ରେ କଟକ ବିଡ଼ାନାସୀ ଭୁଆସୁଣି କ୍ଲବ୍ ବିଜୟୀ ହୋଇ ପରବର୍ତ୍ତୀ ପର୍ଯ୍ୟାୟରେ ପହଞ୍ଚିଛି। କଟକ ଦଳ ଟାଇବ୍ରେକର୍ ୫-୪ ଗୋଲ ବ୍ୟବଧାନରେ ସୋନପୁର ରାମଧୁନ୍ କ୍ଲବ୍କୁ ପରାସ୍ତ କରି ଏହି ସଫଳତା ପାଇଛି।
ଅନ୍ୟପକ୍ଷରେ ଗ୍ରାମାଞ୍ଚଳ ବିଭାଗ ମ୍ୟାଚ୍ରେ ଜୟପୁର ବନମହାବୀର କ୍ଲବ୍, ଜଗତସିଂହପୁର ମଇଦପୁର ଦଳକୁ ୧-୦ ଗୋଲ୍ରେ ପରାସ୍ତ କରିଛି। ଦ୍ୱିତୀୟ ମ୍ୟାଚ୍ରେ ବରଦା ଜୟଦୁର୍ଗା କ୍ଲବ୍ ୧-୦ ଗୋଲ୍ରେ ନରଣପଚର ମହାବୀର କ୍ଲବ୍କୁ ପରାସ୍ତ କରିଛି। ମ୍ୟାଚ୍ ପରିଚାଳନା କରିଥିଲେ ସୁଦୀପ୍ତ ଦାସ, ବ୍ରହ୍ମାନନ୍ଦ ଭୋଇ, ସଞ୍ଜୀବ ଦାସ, ଜ୍ୟୋତିପ୍ରକାଶ ସ୍ୱାଇଁ, ରାଜୁ ମହାନ୍ତି ଓ ଅରୁଣ ନାୟକ।