ଚିତ୍ରରେ ଚିତ୍ରରେ ଗାନ୍ଧୀ

ଭୁବନେଶ୍ୱର : ସୁଭଦ୍ରା ଆର୍ଟ ଗ୍ୟାଲେରି ପକ୍ଷରୁ ଆୟୋଜିତ ଚିତ୍ରକଳା ପ୍ରଦର୍ଶନୀ ‘ଦି ଗାନ୍ଧୀ’ର ଚତୁର୍ଥ ସନ୍ଧ୍ୟାରେ ଦେଖିବାକୁ ମିଳିଛି ଶିଳ୍ପୀ ଚିନ୍ତାମଣି ବିଶ୍ୱାଳଙ୍କ ସ୍ପଟ୍‌ ପେଣ୍ଟିଂ। ଗାନ୍ଧୀଙ୍କ ଆଦର୍ଶକୁ ଅନୁକରଣ କରିବା ଅପେକ୍ଷା ଗାନ୍ଧୀ ଏବେ କିଭଳି ଚିତ୍ରରେ ସୀମିତ ରହି ଯାଇଛନ୍ତି ସେହିଭଳି କଥାବସ୍ତୁକୁ ପେଣ୍ଟିଂରେ ଉପସ୍ଥାପନ କରିଥିଲେ ଶିଳ୍ପୀ ଶ୍ରୀ ବିଶ୍ୱାଳ। ସ୍ଥାନୀୟ କର୍ପୋରେଟର ପୁଷ୍ପା ଦାଶ, ଓଡ଼ିଶା ଲଳିତ କଳା ଏକାଡେମିର ପୂର୍ବତନ ସଚିବ ରବିନାରାୟଣ ରଥ ଅତିଥି ଭାବେ ଯୋଗଦେଇ ଶ୍ରୀ ବିଶ୍ୱାଳଙ୍କୁ ସମ୍ବର୍ଧିତ କରିଥିଲେ। ଶେଷରେ ଗ୍ୟାଲେରି ପରିଚାଳକ ଅଶୋକ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର