ଭୁବନେଶ୍ବର: ଇଣ୍ଡିଆନ୍ ସୋସାଇଟି ଫର୍ ଟେକ୍ନିକାଲ ଏଜୁକେସନ (ଆଇଏସ୍ଟିଇ)ର ୫୧ତମ ବାର୍ଷିକ ସମ୍ମିଳନୀ-୨୦୨୨ ଗୋଆର ଏଆଇଟିଡି ଇଂଜିନିୟରିଂ କଲେଜରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗିଫ୍ଟ କଲେଜକୁ ଓଡ଼ିଶାର ଶ୍ରେଷ୍ଠ ବୈଷୟିକ ମହାବିଦ୍ୟାଳୟ ଭାବେ ଗାନ୍ଧୀ ପୁରସ୍କାର ମିଳିଛି। ସେହିଭଳି ଓଡ଼ିଶା ଆଇଏସ୍ଟିଇ ବିଭାଗ ପାଇଁ ଗିଫ୍ଟକୁ ବେଷ୍ଟ ଫାକଲ୍ଟି ଚାପ୍ଟର ଆୱାର୍ଡ-୨୦୨୧ରେ ସମ୍ମାନିତ କରାଯାଇଛି।
ସମ୍ମିଳନୀରେ ଆଇଏସ୍ଟିଇର ସଭାପତି ଡ. ପି.କେ ଦେଶାଇ ଏବଂ କାର୍ଯ୍ୟକାରୀ ସମ୍ପାଦକ ପ୍ରଫେସର ବିଜୟ ଡି. ବୈଦ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଭାବେ ଏନ୍ବିଏର ଅଧ୍ୟକ୍ଷ ଡ. କେ.କେ ଅଗ୍ରୱାଲ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ। ଗିଫ୍ଟର ଓଏସ୍ଡି ଇଂ. ସମୀର ରଞ୍ଜନ ପଣ୍ଡା ପୁରସ୍କାର ଗ୍ରହଣ କରିଥିଲେ।ମ ହାବିଦ୍ୟାଳୟର ଏହି ସଫଳତା ପାଇଁ ଗିଫ୍ଟର ଆଇଏସ୍ଟିଇ ସଂଯୋଜକ ତଥା ଡିନ୍ ରିସର୍ଚ୍ଚ ଅମର ଦାସ, ଅଧ୍ୟକ୍ଷ ସି.ଏଚ୍.ଭି.ଏସ୍. ପରମେଶ୍ୱର ରାଓ ଓ ଭାଇସ୍ ଚେୟାରମ୍ୟାନ୍ ପତିତପାବନ ପଣ୍ଡା, ଗିଫ୍ଟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/20-24.jpg)