ଜୟନ୍ତୀରେ ଶ୍ରଦ୍ଧାସୁମନ, ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ

ଭୁବନେଶ୍ବର: ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ଅନୁଷ୍ଠିତ ହୋଇଛି। ସ୍ବାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆୟୋଜିତ ଚିତ୍ରକଳା ପ୍ରଦର୍ଶନୀକୁ ଉଦ୍‌ଘାଟନ କରି ସ୍ବାଧୀନତା ସଂଗ୍ରାମର ଅବିସ୍ମୃତ ସ୍ମୃତିକୁ ବଖାଣିଥିଲେ। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର କମଳକାନ୍ତ ମିଶ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ସଂପ୍ରତି ଗାନ୍ଧୀ ଦର୍ଶନର ପ୍ରାସଙ୍ଗିକତା ସମ୍ପର୍କରେ ଆଲୋକପାତ କରିଥିଲେ। କୁଳସଚିବ ଡ. ସୁମନ ଦାସ ସ୍ବାଗତ ଭାଷଣ ଦେଇଥିବା ବେଳେ ପ୍ରଫେସର ନବକିଶୋର ମିଶ୍ର ଅଭିଭାଷଣ ରଖିଥିଲେ। ଶେଷରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଜଗନ୍ନାଥ କୁଅଁର ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପକ ଡ. ଆଶିଷ ମହାପାତ୍ର କାର୍ଯ୍ୟକ୍ରମ ସଂଚାଳନ କରିଥିଲେ। ପରେ ମନୋରଂଜନ ପ୍ରଧାନଙ୍କ ନୃତ୍ୟ ସଂଯୋଜନାରେ ଓଡ଼ିଶୀ ନୃତ୍ୟ ବିଭାଗର ଛାତ୍ରଛାତ୍ରୀମାନେ ନୃତ୍ୟ ନାଟିକା ପରିବେଷଣ କରିଥିଲେ।

ମିଳିତ ଓଡ଼ିଶା ୧୫୦ତମ ଗାନ୍ଧୀ ଜୟନ୍ତୀ କମିଟି
‘ମିଳିତ ଓଡ଼ିଶା ୧୫୦ତମ ଗାନ୍ଧୀ ଜୟନ୍ତୀ କମିଟି’ ପକ୍ଷରୁ ବିଶିଷ୍ଟ ଗାନ୍ଧୀବାଦୀ ନେତା ତଥା କମିଟିର ଆବାହକ ଆଦିତ୍ୟ ପଟ୍ଟନାୟକଙ୍କ ସଂଯୋଜନାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ସିୱାଇଏସ୍‌ଡି ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଶିଷ୍ଟ ଗାନ୍ଧୀବାଦୀ ନେତ୍ରୀ ବୈଦେହୀ ପଣ୍ଡା, ସିୱାଇଏସ୍‌ଡିର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ସାହୁ, ପ୍ରଫେସର ବିଜୟ ସ୍ବାଇଁ, ସମାଜକର୍ମୀ ପ୍ରହଲ୍ଲାଦ ସିଂହ, ଗୌରାଙ୍ଗ ମହାପାତ୍ର, ପ୍ରଫେସର ସୁଧୀର ଜେନା, ଉତ୍କଳ ସର୍ବୋଦୟ ମଣ୍ଡଳ ସଂପାଦକ ରମାକାନ୍ତ ମଣ୍ଡଳ, ସମାଜସେବୀ ସୁଦର୍ଶନ ଦାସ, ମାନବାଧିକାର କର୍ମୀ ମନୋଜ ଜେନା, ପ୍ରମିଳା ସ୍ବାଇଁ, ଅପର୍ଣ୍ଣା ନାୟକ ପ୍ରମୁଖ ଅତିଥି ଭାବେ ଅଂଶଗ୍ରହଣ କରି ବାପୁଙ୍କ ସଂଘର୍ଷପୂର୍ଣ୍ଣ ଜୀବନ ସତ୍ୟ ପଥ ସଂପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ‘ମିଳିତ ଓଡ଼ିଶା ୧୫୦ତମ ଗାନ୍ଧୀ ଜୟନ୍ତୀ କମିଟି’ ପକ୍ଷରୁ ବର୍ଷତମାମ ରାଜ୍ୟର ବିଭିନ୍ନ ସ୍ଥାନରେ ଗାନ୍ଧୀଙ୍କ ସ୍ମୃତିକୁ ନେଇ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ ବୋଲି ଆବାହକ ଶ୍ରୀ ପଟ୍ଟନାୟକ ସୂଚନା ଦେଇଥିଲେ।

ଆଲୋକ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ
ଆଲୋକ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ଓ ସଫେଇ କାର୍ଯ୍ୟକ୍ରମ କରାଯାଇଛି। ଶିକ୍ଷକ ଶିକ୍ଷୟିତ୍ରୀମାନେ ପ୍ରଭାତ ଫେରି କରିବା ସହ ପ୍ରଦୂଷଣମୁକ୍ତ ଭାରତ ତଥା ପ୍ଲାଷ୍ଟିକ୍‌ମୁକ୍ତ ଭାରତ ଏବଂ ନାରୀ ନିର୍ଯାତନା ବିରୋଧରେ ସ୍ଳୋଗାନ୍‌ ଦେଇଥିଲେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତା ହୋଇଥିଲା। ଅନୁଷ୍ଠାନର ସଭାପତି ଚାରୁବାଳା ନାୟକ, ଗାନ୍ଧୀ ନୀତି ଓ ଆଦର୍ଶ ବାବଦରେ ଉଦ୍‌ବୋଧନ ଦେଇଥିଲେ। ବିକ୍ରମ କେଶରୀ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଶିବାନନ୍ଦ ଶତବାର୍ଷିକ ବାଳକ ଉଚ୍ଚ ବିଦ୍ୟାଳୟ
ଆଜି ଖଣ୍ଡଗିରିସ୍ଥିତ ଶିବାନନ୍ଦ ଶତବାର୍ଷିକ ବାଳକ ଉଚ୍ଚ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସକାଳେ ପ୍ରଭାତଫେରି ପରେ ବିଦ୍ୟାଳୟର ସମ୍ମିଳନୀ ଗୃହରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଗାନ୍ଧୀବାଦୀ ଆଦିତ୍ୟ ପଟ୍ଟନାୟକ ଯୋଗଦେଇ ମହାତ୍ମାଗାନ୍ଧୀଙ୍କ ନୀତି ଓ ଆଦର୍ଶ‌େର ଅନୁପ୍ରାଣୀତ ହେବାକୁ ଛାତ୍ରମାନଙ୍କୁ ପରାମର୍ଶ ଦେଇଥିଲେ।
ସ୍ବାମୀ ଜଗନ୍ନାଥାନନ୍ଦ ସରସ୍ବତୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଭୁବନେଶ୍ବର ବରିଷ୍ଠ ନାଗରିକ ଫୋରମ୍‌ର ସଭାପତି କୃପାସିନ୍ଧୁ ସାହୁ, ଅବସରପ୍ରାପ୍ତ ଅଧ୍ୟାପକ ବିଶ୍ବମୋହନ ପଟ୍ଟନାୟକ, ପ୍ରଫେସର ପ୍ରଶାନ୍ତ ଆଚାର୍ଯ୍ୟ, ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ବାସୁଦେବ ନାୟକ ଓ ଆମ ଓଡ଼ିଶାର ସମ୍ପାଦକ ସ୍ବରାଜ ମିଶ୍ର ପ୍ରମୁଖ ଯୋଗଦେଇ ମହାତ୍ମା ଗାନ୍ଧୀଙ୍କ ବ୍ୟକ୍ତିତ୍ବ ଓ ଆଦର୍ଶର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫୁଲ୍ଲ ମହାପାତ୍ର ଧନ୍ୟବାଦ ଦେଇଥିବା ବେଳେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

ସ୍ବଦେଶୀ ଜାଗରଣ ମଞ୍ଚ
ସ୍ବଦେଶୀ ଜାଗରଣ ମଞ୍ଚ ପକ୍ଷରୁ ରସୁଲଗଡ଼ସ୍ଥିତ ବନବାସୀ କଲ୍ୟାଣ ଆଶ୍ରମ ପରିସରରେ ‘ସ୍ବଦେଶୀ ସପ୍ତାହ’ ଓ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ ଅତିଥି ଭାବେ ‘ସ୍ବଦେଶୀ ଜାଗରଣ ମଞ୍ଚ’ର ରାଜ୍ୟ ସଂଗଠନ ସଂପାଦକ ନିର୍ମଳ ଚନ୍ଦ୍ର ଷଡ଼ଙ୍ଗୀ, ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ପ୍ରାନ୍ତ କାର୍ଯ୍ୟବାହ ଗୋପାଳ ମହାପାତ୍ର, ମହାନଗର ସଂଯୋଜକ ଦୁଃଶାସନ ନାୟକ, ରସୁଲଗଡ଼ ସରସ୍ବତୀ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଦୁଃଶାସନ ନାୟକ ପ୍ରମୁଖ ଉପସ୍ଥିତ ରହି ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।

ଓଡିଏମ୍‌ ପବ୍ଲିକ୍‌ ସ୍କୁଲ
ଓଡିଏମ୍‌ ପବ୍ଲିକ୍‌ ସ୍କୁଲ ଓ ଗାନ୍ଧୀ ଗ୍ଲୋବାଲ୍‌ ଫ୍ୟାମିଲିର ମିଳିତ ସହଯୋଗରେ ବିଦ୍ୟାଳୟ ପରିସରରେ ମହାତ୍ମା ଗାନ୍ଧୀ ଓ ଲାଲ୍‌ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଛି। ବିଦ୍ୟାଳୟ ପରିସରରେ ଥିବା ଗାନ୍ଧୀ ଓ ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଛତ୍ରଛାତ୍ରୀଙ୍କ ଏକ ଶାନ୍ତି ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ପଦଯାତ୍ରା ଇନ୍‌ଫୋସିଟ୍‌ ରୋଡ୍‌, ପଟିଆ ଛକ, କୋୟଲ୍‌ କ୍ୟାମ୍ପସ, ଶିଶୁ ବିହାର ଦେଇ ପ୍ରତ୍ୟାବର୍ତ୍ତନ କରିଥିଲା। ଓଡିଏମ୍‌ ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ସତ୍ୟବ୍ରତ ମୀନକେତନଙ୍କ ଅଧ୍ୟକ୍ଷତା‌ରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପି କେ ଦାସ ଓ ସଦସ୍ୟ ଜ୍ୟୋତ୍ସ୍ନା ମହାପାତ୍ର ଅତିଥି ଭାବେ ଯୋଗଦେଇ ମହାତ୍ମା ଗାନ୍ଧୀଙ୍କ ନୀତି, ଆଦର୍ଶ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖଦୀବସ୍ତ୍ର, ବକ୍ତୃତା, ପ୍ରବନ୍ଧ ଲିଖନ, ସ୍ଲୋ ସାଇକେଲିଂ, ଚିତ୍ରାଙ୍କନ ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ନିର୍ଦେଶିକା ଇନ୍ଦୁମତୀ ରାୟ, ଉପାଧ୍ୟକ୍ଷ ରାଜେଶ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ବିଦ୍ୟାଳୟର ପରାମର୍ଶଦାତା ବ୍ରହ୍ମାନନ୍ଦ ରାଉତ ସ୍ବାଗତ ଭାଷଣ ଦେଇଥିବା ବେଳେ ଉପାଧ୍ୟକ୍ଷ ଝିନୁକ୍‌ ଦତ୍ତାରାୟ ଧନ୍ୟବାଦ ଅର୍ପଣ କରିଥିଲେ।

ବ୍ରିଜ୍‌ ଅଫ୍‌ ହୋପ୍‌ ପକ୍ଷରୁ ସ୍ବଚ୍ଛ ଭାରତ ଅଭିଯାନ
ବ୍ରିଜ୍‌ ଅଫ୍‌ ହୋପ୍‌ ଶିଶୁ ବିକାଶ ଅନୁଷ୍ଠାନ ପକ୍ଷରୁ ସ୍ବଚ୍ଛ ଭାରତ ଅଭିଯାନ ପାଳିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠାନର ଛାତ୍ରଛାତ୍ରୀ ଚନ୍ଦ୍ରଶେଖରପୁର ବିଡିଏ କଲୋନିରୁ ପିଏମ୍‌ଜି ଛକ ପର୍ଯ୍ୟନ୍ତ ରାସ୍ତାପାର୍ଶ୍ବରେ ପଡ଼ିଥିବା ଅଳିଆ ଆବର୍ଜନା ଉଠାଇବା ‌ସହ କେତେକ ଅଫିସ୍‌ ପରିସରରେ ସଫେଇ କରିଥିଲେ। ସେଠାରୁ ଫେରିବା ପରେ ବ୍ରିଜ୍‌ ଅଫ୍‌ ହୋପ୍‌ ‌େପ୍ରାଜେକ୍ଟରେ ୩୦ ଜଣ ଛାତ୍ରଛାତ୍ରୀଙ୍କୁ ‌େନଇ ବିଳାଶିନୀ ମଣ୍ଡପ ଡିଷ୍ଟିକ୍ଟ ସେଣ୍ଟରରେ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା। ଏଥିରେ ସାଇ ଓମ୍‌ନେସ୍‌ ଆର୍ଟ ସ୍କୁଲର ପ୍ରତିଷ୍ଠାତା ଚିତ୍ରଶିଳ୍ପୀ ନୀତୁ ଷଡ଼ଙ୍ଗୀ ମୁଖ୍ୟଅତିଥି, ଡିକନ୍‌ ଶିବ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଉଜ୍ଜଲ କେଶରୀ ବିକାର, ପୀତବାସ ଦିଗାଲ୍‌, ସାନ୍ତାରାଣୀ, ମମତା, ମଞ୍ଜୁବାଳା ଓ ଚେତନା‌ ପ୍ରମୁଖ ସହଯୋଗ କରିଥିଲେ।

ବେସିକ୍‌ ସାଇନ୍ସ କଲେଜ
ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି) ଅଧୀନ ବେସିକ୍‌ ସାଇନ୍ସ କଲେଜ ପରିସରରେ ସ୍ବଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶ୍ବବିଦ୍ୟାଳୟ କ୍ୟାମ୍ପସକୁ ସ୍ବଚ୍ଛ ରଖିବା ପାଇଁ ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦେଇଥିଲେ। କଲେଜର ନିର୍ଦେଶକ ବିକାଶ ଚନ୍ଦ୍ର ପଣ୍ଡା ଯୋଗଦେଇ ସ୍ବଚ୍ଛତା କ୍ଷେତ୍ରରେ ବେସିକ୍‌ ସାଇନ୍ସ କଲେଜର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ଅତିଥିଙ୍କ ସମେତ ଛାତ୍ରଛାତ୍ରୀମାନେ ଝାଡ଼ୁ ଧରି କ୍ୟାମ୍ପସ ପରିସରରେ ସଫେଇ କରିଥିଲେ।

ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ
ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଛାତ୍ରୀମାନେ ସ୍ବଚ୍ଛ ଭାରତ’ ସଂକଳ୍ପ ନେଇ ପ୍ଲାଷ୍ଟିକ୍‌ ବର୍ଜନ ଓ ସବୁଜ ବାତାବରଣ ସୃଷ୍ଟି କରିବା ପାଇଁ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହି ଅବସରରେ ଜେଣ୍ଡର ଷ୍ଟଡିଜ୍‌ ବିଭାଗର ପ୍ରଫେସର ଜ୍ୟୋତିର୍ମୟୀ ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଛାତ୍ରୀମାନେ ବିଶ୍ବବିଦ୍ୟାଳୟ ପରିସରରେ ସଫେଇ କରିଥିଲେ। ବିଶ୍ବବିଦ୍ୟାଳୟ ପିଜି କାଉନସିଲ୍‌ ଅଧ୍ୟକ୍ଷ ଦୁର୍ଗାଶଙ୍କର ଷଡ଼ଙ୍ଗୀ ଯୋଗଦେଇ ପ୍ଲାଷ୍ଟିକ୍‌ମୁକ୍ତ କ୍ୟାମ୍ପସ କରିବା ପରେ ଗୁରୁତ୍ବ ଦେଇଥିଲେ। ଛାତ୍ରୀ କଲ୍ୟାଣ ନିର୍ଦେଶିକା ସରିତା ସୁପକାର ସ୍ବଚ୍ଛତା ଅଭିଯାନ ପାଇଁ ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ପ୍ଲାଷ୍ଟିକ୍‌ ଓ ପଲିଥିନ୍‌ମୁକ୍ତ କ୍ୟାମ୍ପସ ସୃଷ୍ଟି ପାଇଁ ଛାତ୍ରୀମାନେ ଶପଥ ପାଠ କରିଥିଲେ।

କିଟ୍‌ ଓ କିସ୍‌’ରେ ଗାନ୍ଧୀ ଜୟନ୍ତୀ
‘କିଟ୍‌’ ଓ ‘କିସ୍‌’ ପରିସରରେ ଅନୁଷ୍ଠିତ ସ୍ବଚ୍ଛତା ଅଭିଯାନରେ ଛାତ୍ରଛାତ୍ରୀ ଓ କର୍ମଚାରୀ ସାମିଲ୍‌ ହୋଇ ନିଜ କ୍ୟାମ୍ପସ୍‌ ସହ ଅଳଶୁଆ ଓ ପଥରଗାଡ଼ିଆ ଅଞ୍ଚଳକୁ ପରିଷ୍କାର କରିଛନ୍ତି। ଏଥିସହ ଶିଖରଚଣ୍ତୀ ପାହାଡ଼କୁ ମଧୢ ଝାଡ଼ୁ ମାରି ସଫା କରିଛନ୍ତି। ‘କିସ୍‌’ ସ˚ସ୍କୃତି ବିଭାଗ ଛାତ୍ରଛାତ୍ରୀ ରାମଧୂନ ଗାନ କରିଥିବା ବେଳେ ଗାନ୍ଧୀ ଗ୍ଲୋବାଲ୍‌ ଫ୍ୟାମିଲିର ଡ. ବିମଳେନ୍ଦୁ ମହାନ୍ତି, ଆଶୋକ ପାଣ୍ତେ, ଦିଲୀପ ହାଲି, ପ୍ରଦୋଷ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଗାନ୍ଧୀଙ୍କ ସ୍ମୃତିଚାରଣ କରିଥିଲେ। ପରେ କିଟ୍‌ ପରିସରରେ କର୍ମଚାରୀମାନେ ସ୍ବଚ୍ଛତା ନେଇ ଶପଥପାଠ କରିଥିଲେ। କିଟ୍‌ ପକ୍ଷରୁ ସ˚ପାଦକ ଆର‌୍‌ ଏନ୍‌ ଦାଶ, ପ୍ରଫେସର ହୃଷୀକେଶ ମହାନ୍ତି, ସସ୍ମିତାରାଣୀ ସାମନ୍ତ, ହରେକୃଷ୍ଣ ଶତପଥୀ ଓ ଜୁଲିଅସ୍‌ ଲାକ୍ରା ଯୋଗ ଦେଇଥିଲେ। ଅପରାହ୍ଣରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜାତିସ˚ଘ ସହକାରୀ ମହାସଚିବ ତଥା ନ୍ୟୁୟର୍କସ୍ଥିତ ଜାତିସ˚ଘ ପରିବେଶ କାର୍ଯ୍ୟାଳୟ ମୁଖ୍ୟ ସତ୍ୟସୁନ୍ଦର ତ୍ରିପାଠୀଙ୍କ ଦ୍ବାରା ‘ଇଣ୍ଟରନ୍ୟାସନାଲ୍‌ ୟୁଥ କ୍ୟାମ୍ପେନ୍‌ ଫର‌୍‌ କାଇଣ୍ତନେସ୍‌ ଅନ୍‌ ସଷ୍ଟେନେବଲ୍‌ ଗୋଲ୍‌ସ’ ଉଦ୍‌ଘାଟିତ ହୋଇଥିଲା। ଏହି ଅବସରରେ ୧୨ଟି ଅନୁଷ୍ଠାନ ଏହି କାର୍ଯ୍ୟକ୍ରମରେ ସାମିଲ୍‌ ହୋଇଛନ୍ତି।

୧୫ ଜଣଙ୍କୁ ‘ୱି ଫର୍‌ ୟୁ ସାମର୍ଥ୍ୟ ପୁରସ୍କାର’
ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ‘ୱି ଫର୍‌ ୟୁ’ ପକ୍ଷରୁ ସାମର୍ଥ୍ୟ ପୁରସ୍କାର ଉତ୍ସବ ଆଜି ହୋଟେଲ ପ୍ରେସିଡେନ୍ସିଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ମେୟର ଅନନ୍ତ ନାରାୟଣ ଜେନା ଯୋଗଦେଇ ଭିନ୍ନକ୍ଷମମାନଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ଉର୍ମି ଗ୍ରୁପ୍‌ର ମୁଖ୍ୟ ନିର୍ଦେଶକ ଦିଲ୍ଲୀପ କୁମାର ଜେନା ଓ ରିଲାଏନ୍‌ସ ଜିଓର ଆଞ୍ଚଳିକ ଡିଷ୍ଟ୍ରିବ୍ୟୁଟର୍‌ ମୁଖ୍ୟ ସଂଜୀବ ହଂସ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ। ଏହି ଅବସରରେ ୧୦ ଜଣ ଭିନ୍ନକ୍ଷମ ଓ ୫ ଜଣ ଜନମଙ୍ଗଳକାରୀ ବ୍ୟକ୍ତିଙ୍କୁ ‘ୱି ଫର୍‌ ୟୁ ସାମର୍ଥ୍ୟ ପୁରସ୍କାର’ ପ୍ରଦାନ କରାଯାଇଥିଲା। ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଅନୁଷ୍ଠାନର ପ୍ରତିଷ୍ଠାତା ଅଭୟ ମହନ୍ତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ତ୍ରିଶୂଳିଆ
ବାଆଁରାସ୍ଥିତ ସୁବୁଦ୍ଧେଶ୍ୱର ମିଳିତ ବିଦ୍ୟାପୀଠ ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଥିଲା। ପ୍ରଧାନ ଶିକ୍ଷକ ନରେନ୍ଦ୍ର କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସମବେତ ଭାବେ ରାମଧୁନ୍ ଗାନ କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା କରାଯାଇ ତନ୍ମଧ୍ୟରୁ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଗାନ୍ଧୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ପ୍ରଧାନ ଶିକ୍ଷକ ଶ୍ରୀ ରାଉତ, ବରିଷ୍ଠ ଶିକ୍ଷକ ପ୍ରମୋଦ ମୁଦୁଲି ଓ ପ୍ରହଲ୍ଲାଦ ବେଉରା ପ୍ରମୁଖ ଛାତ୍ରଛାତ୍ରୀମାନଙ୍କୁ ତାଙ୍କ ବକ୍ତବ୍ୟ‌‌‌ରେ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ସମସ୍ତ ଶିକ୍ଷକ ଓ କର୍ମଚାରୀ ତଥା ସମସ୍ତ ଛାତ୍ରଛାତ୍ରୀମାନେ ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ନିଶାକୁ ନା’
ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଓ ଶାନ୍ତ୍ରୀ ଜୟନ୍ତୀ ଅବସରରେ ବିଜୁ ଯୁବ ବାହିନୀ ପକ୍ଷରୁ ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି ନିଶାକୁ ନା’ କାର୍ଯ୍ୟକ୍ରମ। ବିଏମ୍‌ସି ୱାର୍ଡ ୧୨ରେ କର୍ପୋରେଟର୍‌ ସ˚ଜୟ ସେଠୀଙ୍କ ନେତୃତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମେୟର ଅନନ୍ତ ନାରାୟଣ ଜେନା ଯୋଗଦେଇ ଧିରିକୁଟି ସାହି, ଝରଣା ସାହି ଆଦି ଅଞ୍ଚଳରେ ସଫେଇ କରିଥିଲେ। ଯୁବ ବାହିନୀର ସଭ୍ୟମାନେ ପଥପ୍ରାନ୍ତ ନାଟକ ମାଧୢମରେ ନିଶା ନିବାରଣ ନେଇ ସ୍ଥାନୀୟ ଲୋକଙ୍କୁ ସଚେତନ କରାଇଥିଲେ।

ସମ୍ବନ୍ଧିତ ଖବର